କଟକ/୨୩/୨/୨୬/(ଆଧାର ମିଡ଼ିଆ)-ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଆଜି ଦିନିକିଆ କଟକ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଥିବା ବେଳେ ଅପରାହ୍ନରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଜଗତ ପୁରସ୍ଥିତ କୃଷି ଭବନର ଉଦ୍ଘାଟନ କରି ସେଠାରେ ଏକ ସଭାରେ ଯୋଗଦେଇ ଉପସ୍ଥିତ ଚାଷୀ ଭାଇଭଉଣୀମାନଙ୍କୁ ଉଦବୋଧନ ଦେଇଥିଲେ। ରାଜ୍ୟ ସରକାର ଉଦ୍ଯୋଗୀ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେବାସହ ଚାଷୀମାନଙ୍କ କୁଶଳତା ଉପରେ ଗୁରୁତ୍ଵ ଦେଉଥିବା ସେ କହିଛନ୍ତି।
ଚାଷ କାର୍ଯ୍ୟ ଓ ଚାଷୀମାନଙ୍କ ସମସ୍ୟା ସମାଧାନ କରାଯାଇ କୃଷି କ୍ଷେତ୍ରରେ ଓଡ଼ିଶାକୁ ବଳକା ରାଜ୍ୟ ଭାବେ ପରିଗଣିତ କରାଯାଉଛି । ଏହି ଅବସରରେ ଚୌଦ୍ବାର କଟକ ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ଵାଳ,କଟକ ସଦର ବିଧାୟକ ଇଂ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଉପସ୍ଥିତ ରହି କୃଷିଭବନ ଉଦ୍ଘାଟନ ପରେ ଜିଲ୍ଲାରେ କୃଷି କ୍ଷେତ୍ରରେ ଉନ୍ନତି ନିମନ୍ତେ ବିଭିନ୍ନ ପ୍ରଶିଶିକ୍ଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ବୋଲି କହିଥିଲେ।
ସୋଭିକ ତାଙ୍କ ଭାଷଣରେ ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଯଥେଷ୍ଟ୍ ଅବଦାନ ରହିଛି ଜେଉଥି ପାଇଁ ଆଜି ଏଭଳି କୃଷିଭବନ କରାଯାଉଛି। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସଭା କାର୍ଯ୍ୟରେ ଅଧ୍ୟକ୍ଷତା କରି ସ୍ବାଗତ ଜଣାଇବା ସହ କୃଷି ଭବନ ନିର୍ମାଣରେ ଆନୁଷଙ୍ଗିକ ବ୍ୟବସ୍ଥା ନିମନ୍ତେ ପ୍ରାଶାସନିକ ସ୍ତରରେ ସମସ୍ତ କାର୍ଯ୍ୟ ନିର୍ବାହ କରାଯାଇଛି ବୋଲି କହିଥିଲେ।
ଡିସିପି ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ, ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ ନିର୍ଦ୍ଦେଶକ,ଶ୍ରୀ ଶୁଭମ୍ ସକ୍ସେନା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁବ୍ରତ ପଣ୍ଡା ,ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କମଳାକାନ୍ତ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ।
Recent Comments