କଣିହାଁ/୨୩/୨/୨୦୨୬/(ଆଧାର ମିଡ଼ିଆ)- ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡହୀରା ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଲିଙ୍ଗରାଜ ମହାନ୍ତିଙ୍କ ତତ୍ତ୍ବା ବଧାନରେ ପାଳିତ ଏହି ଦିବସରେ ଓଡ଼ିଆ ଭାଷାରେ ଭଲସାହିତ୍ଯ ସୃଷ୍ଟିସହ ଏହାର ବହୁଳ ବ୍ୟବହାର, ସୁରକ୍ଷା ଓ ପ୍ରଚାର ପ୍ରସାର ସହିତ ଓଡିଆ ଅସ୍ମିତା, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ବଜାୟରଖି ସୁସ୍ଥସମାଜ ଗଠନ ଦିଗରେ କାମ କରିବାକୁ ଆଜିର ଦିବସରେ ସଂକଳ୍ପବଦ୍ଧ ହେବା ପାଇଁ ଏକ ଶପଥପାଠ କରାଯାଇଥିଲା।
ଛାତ୍ରଛାତ୍ରୀ ମାନେ ଓଡିଆ ବର୍ଣ୍ଣମାଳା,ଓଡିଆ ଭାଷା ସାହିତ୍ୟର ସ୍ରଷ୍ଟା ମାନଙ୍କର ଫଟୋ, ଲେଖା ଓ କବିତା, ଢଗଢମାଳି, ଗଳ୍ପ ଆଦି ପ୍ରଦର୍ଶିତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କବିତା ଆବୃତ୍ତି, ପ୍ରବନ୍ଧ, ବକ୍ତୃତା ଆଦି ପ୍ରତିଯୋଗିତା କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ ଖାଦ୍ୟ ପରିବେଷଣ କରାଯାଇଥିଲା। ସହକାରୀ ଶିକ୍ଷକ ମୁନା ନାଏକ ଓ ପ୍ରଦୀପ କୁମାର ବେହେରା, ସହକାରୀ ଶିକ୍ଷୟିତ୍ରୀ ପ୍ରଭାତୀ ବେହେରା ଓ ସୁପ୍ରିୟା ପ୍ରଧାନ, ଅଙ୍ଗନୱାଡି କର୍ମୀ ନନ୍ଦିନୀ ସାହୁ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ଯମାନେ ସହଯୋଗ କରିଥିବା ବେଳେ ବହୁ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
Recent Comments