କଣିହାଁ/୨୩/୦୨/୨0୨୬/(ଆଧାର ମିଡ଼ିଆ-ରିପୋର୍ଟ ଟୁନା ସାହୁ)-ଅନୁଗୋଳଜିଲା କଣିହାଁ ବ୍ଲକ କମରେଈ ପଂଚାୟତ ଅଧିନସ୍ଥ ଦଣ୍ଡସିଂହା ଗ୍ରାମର ସରକାରୀ ଜମିରେ ୧୭ଜଣକୁ ଭୀମକାଣ୍ଡ ଶିବମନ୍ଦିର ପାର୍ଶ୍ୱରେ ଥିବା ମୁଣ୍ଡାହଟିଂ ଏରିଆରେ ପ୍ରସ୍ତାବିତ ନୂତନକୋର୍ଟ କାର୍ଯ୍ୟାଳୟ ନିର୍ମାଣ ପରିପ୍ରେକ୍ଷିତରେ ବିସ୍ଥାପିତ ଭୂମିହୀନ ଅଧିବାସୀଙ୍କୁ ଥଇଥାନ ବ୍ୟବସ୍ଥାକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ଏନେଇ ଆଜି ପୂର୍ବାହ୍ନରେ ଗ୍ରାମବାସୀମାନେ କଣିହାଁ ତହସିଲଦାରଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନକରି ତାଙ୍କ ଆପତ୍ତି ଜଣାଇଛନ୍ତି।ଗ୍ରାମ ସଭାପତି ଜଳଧର ମହାନ୍ତି ଓ ୱାର୍ଡ ସଭ୍ୟ ନରୋତ୍ତମ ମହାନ୍ତିଙ୍କ ନେତୃତ୍ୱରେ ଗ୍ରାମବାସୀ ସାମିଲ ହୋଇ ଦାବିପତ୍ର ଦେଇଥିଲେ।
ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ, ମୁଣ୍ଡା ବସ୍ତିର ଭୂମିହୀନ ୧୭ ଜଣଙ୍କୁ ଉକ୍ତ ସରକାରୀ ଜମିରେ ଜମି ପ୍ରଦାନ କରି ଥଇଥାନ ବ୍ୟବସ୍ଥା କରାଯାଉଥିବା ପଦକ୍ଷେପକୁ ଗ୍ରାମବାସୀମାନେ ଅସ୍ୱୀକାର କରିଛନ୍ତି। ସେମାନଙ୍କ ମତାନୁସାରେ, ଗ୍ରାମ ସୀମାଭିତ୍ତିକ ସରକାରୀ ଜମିରେ ଏପରି ପୁନର୍ବାସ ବ୍ୟବସ୍ଥା କଲେ ଆଗାମୀ ଦିନରେ ଗ୍ରାମର ଗୃହପାଳିତ ପଶୁ ଆଦି ଗ୍ରାମର ସାମାଜିକ କାର୍ଯ୍ୟକ୍ରମରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।ଏହି ପରିପ୍ରେକ୍ଷିତରେ ଗ୍ରାମବାସୀମାନେ ସରକାରଙ୍କୁ ପୁନର୍ବିଚାର କରି ଅନ୍ୟତ୍ର ଥଇଥାନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।ଏଥିରେ ବିଶିକେଶନ ମହାନ୍ତି
ବିଶ୍ୱରଞ୍ଜନ ମହାନ୍ତି,ବିଜୟ ମହାନ୍ତି,କୁନମୟ ମହାନ୍ତି,ନରେନ୍ଦ୍ରମହାନ୍ତି,ପଦ୍ମଚରଣ ପରିଡା,ବନମାଳୀ ସାମଲ, କଳନ୍ଦୀ ସାମଲ,ଅଖିଳ ସାହୁ,ଶ୍ରୀକାନ୍ତ ସାହୁ,ସୁକଦେବ ମହାନ୍ତି,ପ୍ରକାଶ ମହାନ୍ତି ପ୍ରମୁଖ ଗ୍ରାମବାସୀ ଆଜି ଦାବିପତ୍ର ଦେବାରେ ସାମିଲ ଥିଲେ।
Recent Comments