କାକଟପୁର/୨୪ /୨/୨୦୨୬/(ଆଧାର ମିଡ଼ିଆ-ତୁଷାର ଦୀକ୍ଷିତ)-କାକଟପୁର ଅଧିନସ୍ଥ ଓଳଙ୍ଗର ଗ୍ରାମର ବିଶିଷ୍ଟ ସମାଜ ସେଵୀ ତଥା ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ପ୍ରସନ୍ନ କୁମାର ସ୍ୱାଇଁଙ୍କ (୮୨) ବର୍ଷ ବୟସରେ ପରଲୋକ ହୋଇଯାଇଛି , ସ୍ବର୍ଗତସ୍ୱାଇଁ ତାଙ୍କ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିବା ପରେ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି ସମାଜ ସେବା କ୍ଷେତ୍ରରେ ଉଲେଖନିୟ ପ୍ରଶଂସା ସାଉଁଟି ଥିଲେ, କାକଟପୁର ଅଧିନସ୍ତ ରସୁଲପୁର ଓ ବିକାଶ ନଗର ଉପ୍ରା ବିଦ୍ୟାଳୟରେ ଶିକ୍ଷକତା କରି ବହୁ ଛାତ୍ର ଛାତ୍ରୀଙ୍କୁ ମାନବ ଜୀବନର ଶୃଙ୍ଖଳା ବିଷୟରେ ଅବଗତ କରାଇଥିଲେ, ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ପୁତ୍ର ଲୁଟୁ,ପୁତ୍ରବଧୂ,ବିଧବା ପତ୍ନୀ ଉପସ୍ଥିତ ଥିଲେ,ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳ ବରିଷ୍ଠ କଂଗ୍ରେସ ନେତା ଅମୀୟ ପଟ୍ଟନାୟକ,ଶିକ୍ଷବିତ ଶରତଚନ୍ଦ୍ର ବିଶ୍ୱାଳ,ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ସୌମ୍ୟକାନ୍ତ ଖୁଣ୍ଟିଆ,ସମାଜସେଵୀ ଜ୍ଞାନରଞ୍ଜନ ସାହୂ,ପ୍ରେସ କ୍ଳବ ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ଧିରେନ ଚାନ୍ଦ ପ୍ରମୁଖ ଶବଧାରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପାରିବାରକୁ ସମବେଦନା ଅର୍ପଣ କରିଥିଲେ, ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ସ୍ମଶାନରେ ଦାହ କରା ଯାଇଥିଲା,ତାଙ୍କ ମୃତ୍ୟୁରେ କାକଟପୁର ସମେତ ଅସ୍ତରଙ୍ଗରେ ଶୋକରଛାୟା ଖେଳିଯାଇଥିଲା,
Recent Comments