ଯୋଡ଼ା/କେନ୍ଦୁଝର/୨୮/୨/୨୦୨୬(ଆଧାର ମିଡ଼ିଆ//ରିପୋର୍ଟ-ଟଙ୍କଧର ପାତ୍ର)ଆଜି ସାରା ଭରତ ବର୍ଷ ରେ ଫୁଟବଲ ଖେଳକୁ ସର୍ବୋଚ୍ଚ ସ୍ଥାନ ଦେଇଥିବା ବେଳେ କେନ୍ଦୁଝର ଜିଲ୍ଲା ଜଜାଙ୍ଗ ପଞ୍ଚାୟତ ଅଧିନସ୍ତ ସାରକୁଦର୍ ଗ୍ରାମ ର ଖେଳ ପଡ଼ିଆ ଠାରେ ସାରକୁଦର୍ ଆଦିବାସୀ ବିକାଶ ସମିତି ଦ୍ବାରା ୧୦ତମ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଫୁଟବଲ ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ବିଶ୍ବ ହିନ୍ଦୁ ପରିଷଦ ଯୋଡ଼ା ନଗର ସଭାପତି ଓ ରାଜ୍ୟ ଉତ୍କଳ ଗୋପାଳ ସମାଜ ମୁଖ୍ୟ ଉପଦେଷ୍ଟା ଭାବେ ପରିଚିତ ଶ୍ରୀଯୁକ୍ତ ରଞ୍ଜିତ ମହାକୁଡ଼ ଯୋଗ ଦେଇଥିବା ବେଳେ ସମାଜସେବୀ ଅଜୟ ସିହ୍ନା, ଟଙ୍କଧର ପାତ୍ର, ପୃଥିବୀ ରାଜ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ।ସାରକୁଦର୍ ଆଦିବାସୀ ବିକାଶ ସମିତି ର ସଦସ୍ୟ ମାନେ ରଞ୍ଜିତ ମହାକୁଡ଼ ଓ ତାଙ୍କ ସହଯୋଗୀ ମାନଙ୍କୁ ଖେଳ ପଡ଼ିଆ ଠାରେ ଆଦିବାସୀ ପରମ୍ପରା ଅନୁଯାୟୀ ବନ୍ଦାପନା ଓ ନୃତ୍ୟ କରି ପାଛଟି ନେଇଥିଲେ।ଏହି ଫୁଟବଲ ଖେଳ ପ୍ରତିଯୋଗୀତାରେ ୧୬ ଗୋଟି ଟିମ ଭାଗ ନେଇଥିବା ବେଳେ ଫାଇନାଲ ରେ ହୋଇରାଣପୁର ଜଜାଙ୍ଗ ଓ ଠାକୁରାଣୀ ବଡ଼ବିଲ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ।ଶେଷରେ ହୋଇରାଣପୁର ଜଜାଙ୍ଗ ଟିମ ବିଜୟ ହୋଇ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ୩୦ ହଜାର ଟଙ୍କା ନଗଦ ପୁରସ୍କାର ସହିତ ଟ୍ରଫି ପାଇଥିଲେ। ଏହି ଫୁଟବଲ ପ୍ରତିଯୋଗୀତାରେ ଓଡ଼ିଶା ର ସୁପରିଚିତ କ୍ଷୀରୋଦ କୁମାର ଗିରି କମେଣ୍ଟର ଭାବରେ ତାଙ୍କ ସୁନ୍ଦର ମନ୍ତବ୍ୟ ଦେଇ ଖେଳ କୁ ଆହୁରି ସରସ ସୁନ୍ଦର କରିଥିଲେ। ଫୁଟବଲ ଖେଳ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ,ଏହି ଖେଳ ପ୍ରତିଯୋଗୀତାରେ ଯୁବ ପୀଢ଼ି ମାନେ ଖେଳି କିପରି ଆଗକୁ ଜିଲ୍ଲା ସ୍ତରୀୟ ତଥା ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ରେ ଯାଇପାରିବ ତାହା ପାଇଁ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ରଞ୍ଜିତ ମହାକୁଡ଼ ତାଙ୍କ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ ଏବଂ ଏହି ଫୁଟବଲ ପ୍ରତିଯୋଗିତା କୁ ଶାନ୍ତି ଶୃଙ୍ଖଳା ର ସହିତ ସମାପନା କରିଥିବାରୁ କମିଟି ସଦସ୍ୟ ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।
Recent Comments