logo
add image
ଆଦିବାସୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ତରଫରୁ ପାଠଚକ୍ର 

ଆଦିବାସୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ତରଫରୁ ପାଠଚକ୍ର 

ବାଲିଗୁଡା/୨୮/୦୨/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ତରଫରୁ ଏକ ପାଠଚକ୍ର ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଠଚକ୍ରର ବିଷୟ ବସ୍ତୁ ଥିଲା "ପରବର୍ତ୍ତୀ ବିଶ୍ଵ ରାଜନୀତି ଓ ଏହାର ପ୍ରଭାବ ଭାରତ ବୈଦେଶିକ ନୀତି ଉପରେ "ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼.ସୁଶାନ୍ତ କୁମାର ଦାସଙ୍କ ତତ୍ଵାବଧାନରେ  ରାଜନୀତି ବିଜ୍ଞାନ ବିଭାଗ ତୃତୀୟବର୍ଷ ଛାତ୍ର ତରୁଣ କୁମାର ମଲ୍ଲିକ ଓ ବିକ୍ରମ ମଲ୍ଲିକ ଏହି ସନ୍ଦର୍ଭ ପାଠ କରିଥିବା ବେଳେ ବିଭାଗୀୟ ଅଧ୍ୟାପିକା ଆଲିପାମା ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ଶୈଖିକ ଅଧିକାରୀ ତେଜେଶ୍ୱର ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଜଗନ୍ନାଥ ଡାକୁଆ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବିଭାଗର ଶତାଧିକ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।

Recent Comments

Leave Comments

Top