କଣିହାଁ/୨୭/୦୨/୨0୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ଅଧିନସ୍ଥ ବିଜୁଗୋଳ ଗ୍ରାମରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଛି । ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସବିଜ୍ଞପ୍ତି ଅନୁସାରେ,ଏନଟିପିସି ଟାଉନ ଥାନା କେସ ନଂ–୪୪/୨୦୨୬ ପ୍ରଥମେ ନିଖୋଜ ମାମଲା ଭାବେ ରୁଜୁ ହୋଇଥିଲା। କିନ୍ତୁ ପରେ ନବାଳିକାଙ୍କ ମୃତଦେହ ଉଦ୍ଧାର ହେବା ସହ ମାମଲାକୁ ଧର୍ଷଣ ଓ ହତ୍ୟା ଆଧାରିତ ଗୁରୁତର ଅଭିଯୋଗରେ ପରିଣତ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ,ବିଜିଗୋଳ ଗ୍ରାମ ନାଏକ ସାହିର ଜଣେ ୧୨ ବର୍ଷୀୟା ନବାଳିକା ୨୬ ତାରିଖରେ ନିକଟସ୍ଥ କ୍ଷେତକୁ ସକାଳ ୮ଟାରେ ଶୂନସୁନିଆ ଶାଗ ତୋଳିବା ଯାଇ ଆଉ ଫେରିନଥିଲେ। ତାକୁନେଇ ପରିବାର ଏନଟିପିସି ଥାନାରେ ଅଭିଯୋଗ କରିଥିଲେ, ତତ୍କ୍ଷଣାତ ପୁଲିସ ଏଫଆଇଆର ରୁଜୁକରି ରାତି ତମାମ ତଦନ୍ତ ଅଭିଯାନ ଆରମ୍ଭ କରିଥିଲା। ଶୁକ୍ରବାର ସକାଳେ ନିକଟସ୍ଥ ରଙ୍ଗବେଡା ଗ୍ରାମ ବିଲମାଳ କାଉଁସି ବୁଦାରୁ ମୃତଦେହ ଉଦ୍ଧାର ହେବାରୁ ଘଟଣା ଗୁରୁତର ରୂପ ନେଇଥିଲା। ତଦନ୍ତରେ ପୁଲିସର କଠୋର ପଦକ୍ଷେପ ଗ୍ରହଣ କରିଥିଲା,
ଘଟଣା ପରେ ଅନେକ ତଦନ୍ତକାରି ଦଳ ଗଠନ କରାଯାଇଥିଲା। ଜଙ୍ଗଲ ଓ ଜଳାଶୟ ଅଞ୍ଚଳରେ ବ୍ୟାପକ ସନ୍ଧାନ ସହିତ ସନ୍ଧନୀ କୁକୁର ଦ୍ୱାରା ଚାଲିଥିଲା। ଏବଂ ବୈଜ୍ଞାନିକ ଦଳ ଓ କେ ୯ ସ୍କୱାଡ଼ ଦ୍ୱାରା ସ୍ଥଳ ପରୀକ୍ଷା ସହ ଫୋରେନସିକ ପ୍ରମାଣ ସଂଗ୍ରହ କରାଯାଇଛି।
ଅନୁଗୋଳ ଜିଲ୍ଲା ପୁଲିସ ଅଧୀକ୍ଷକ ରାହୁଳ ଜୈନ ନିଜେ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତକୁ ନିରୀକ୍ଷଣ କରିଥିଲେ। ବରିଷ୍ଠ ଅଧିକାରୀମାନେ ସମନ୍ୱୟ କରି ତଦନ୍ତକୁ ତ୍ୱରାନ୍ୱିତ କରିଥିଲେ।ତଦନ୍ତରେ ମିଳିଥିବା ପ୍ରାମାଣିକ ତଥ୍ୟ ଆଧା ରରେ,ସେହି ଗ୍ରାମର ଆଶିଷ ନାଏକ (୨୦)ଙ୍କୁ ମୃତଦେହ ଉଦ୍ଧାର ହେବାର ୨୪ ଘଣ୍ଟା ମଧ୍ୟରେ ଗିରଫ କରା ଯାଇଛି, ତଦନ୍ତ ମାମଲାକୁ ଏସ୍ଆର୍ ସ୍ପେଶାଲ୍ ରିପୋର୍ଟ ଭାବେ ଗ୍ରହଣ କରାଯାଇ ସଂପୂର୍ଣ୍ଣ ଓ ସମୟସୀମାଭିତ୍ତିକ ତଦନ୍ତ ପାଇଁ ବିଶେଷ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।
ଅନୁଗୋଳ ଏସ୍ପି ରାହୁଲ ଜେନ ମାମଲାର ତଦନ୍ତକୁ ସିଧାସଳଖ ନିରୀକ୍ଷଣ କରୁଛନ୍ତି।ଅତିରିକ୍ତ ପୁଲିସ ଅଧୀକ୍ଷକ ଶ୍ରୀ ସମୀର ପଣ୍ଡା ଓ ତାଳଚେର ଏସଡିପିଓ ଭରତ ସାହୁଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ତଦାରଖରେ ସାମିଲ ଥିଲେ। ପୋଷ୍ଟମର୍ଟମ ଓ ଫୋରେନସିକ ପରୀକ୍ଷା ସହ ସମସ୍ତ ଆଇନୁନ୍ମୁଖୀ ପ୍ରକ୍ରିୟା ଚାଲିଥିବାବେଳେ, ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସୂଚନା ପ୍ରଦାନ କରାଯାଇଛି।
Recent Comments