ଢେଙ୍କାନାଳ/୨୭/୦୨/୨୦୨୬/(ଆଧାର ମିଡ଼ିଆ)-ବିଶ୍ୱ ଯୁବକେନ୍ଦ୍ର ଦ୍ୱାରା ପରିଚାଳିତ ଆକ୍ସେସଟୁ ଜସ୍ଟିସ ପ୍ରକଳ୍ପ ମାଧ୍ୟମରେ ଢେ଼ଙ୍କାନାଳ ଲେଖକ ସଂସଦ ଠାରେ ଶିଶୁ ଯୌନ ନିର୍ଯ୍ୟାତିତ ଓ ଅପହରଣ, ବାଲ୍ୟ ବିବାହ ଓ ଶିଶୁ ଚାଲାଣ ହୋଇଥିବା ପୀଡିତା ଓ ସେମାନଙ୍କ ଅଭିଭାବକ ମାନଙ୍କୁ ନେଇ ଏକ ସର୍ଭାଇଭର ନେଟୱାର୍କ ବୈଠକ ଅନୁଷ୍ଠିତ ହେଇଯାଇଛି | ଏହି କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ ସଂଗ୍ରାମ ଦଳାଈ, ଶିଶୁ ସୁରକ୍ଷା ଅଧିକାରୀ କବିତା ଦାସ, ଶିଶୁ ମଙ୍ଗଳ କମିଟିର ସଦସ୍ୟ ଜିତେନ୍ଦ୍ର କୁମାର ପାଣି,ପୋଲିସ ଅଧିକାରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ,ପୂର୍ବତନ ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷ ପୁଷ୍ପକ ତ୍ରିପାଠୀ,ଏଲ ପି ଓ ପ୍ରଦୀପ କୁମାର ସାହୁ ,ଶିଶୁ ସହାୟକ ହେଲ୍ପ ଲାଇନ ଜିଲ୍ଲା ସଂଯୋଜକ ରୋଶନ କୁମାର ନନ୍ଦ ଅତିଥିଭାବେ ଯୋଗ ଦେଇଥିଲେ.
ବିଶ୍ଵ ଯୁବକେନ୍ଦ୍ରର ନିର୍ଦ୍ଦେଶକ ମନୋଜ ମହାପାତ୍ର ସମସ୍ତ ଅତିଥି କୁ ସ୍ବାଗତ ଜଣାଇବା ସହିତ କାର୍ଯ୍ୟକ୍ରମ ଟିକୁ ଆଗକୁ ନିଆଗଲା। ଜିଲ୍ଲାରେ ଶିଶୁ ବିବାହ,ଚାଲାଣ ଓ ଯୌନ ନିର୍ଯାତନା ପାଇଁ ସଂଯୋଜିତ କାର୍ଯ୍ୟକ୍ରମ ଉପରେ ଆଲୋକ ପାତ କରିଥିଲେ। ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ପିଲା ମାନଙ୍କୁ ଶିଶୁ ଅଧିକାର ବିଷୟରେ ଅବଗତ କରାଇଥିଲେ ଓ ପାଠ ପଢିବା ଓ ବୃତ୍ତିଗତ ତାଲିମ ନେବାପାଇଁ ଉତ୍ସାହିତ କରାଇଥିଲେ.
ଶିଶୁ ମଙ୍ଗଳ କମିଟିର ପୂର୍ବତନ ଅଧ୍ୟକ୍ଷ ଶିଶୁ ଚାଲାଣ, ଶିଶୁ ନିର୍ଯ୍ୟାତନା ସମ୍ବନ୍ଧୀୟ ଆଇନ ଗତ ବ୍ୟବସ୍ତା ଶିଶୁ ମଙ୍ଗଳ କମିଟିର ଭୂମିକା ବିଷୟରେ ଅଭିଭାବକ ଓ ପିଲା ମାନଙ୍କୁ ଅବଗତ କରାଇଥିଲେ | ବ୍ୟକ୍ତିଗତ ଭାବେ ସବୁ ପୀଡିତା ଓ ଅବିଭାବକ ମାନଙ୍କ ସହିତ ସଂକ୍ଷେପରେ କେଶ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଆଇନଗତ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା ହେଇଥିଲା |
ଯୋଗ ଦେଇଥିବା ଅଭିଭାବକ ନିଜ ନିଜ ଛୁଆ ଓ ନିଜ ଗାଁରେ ଘଟୁଥିବା ଘଟଣା ଗୁଡ଼ିକ ଆଲୋଚନା କରିଥିଲେ ସମସ୍ତ ଅଭିଭାବକ ନିଜ ନିଜ ମତ ପ୍ରକାଶ କରିଥିଲେ ଓ ସେମାନଙ୍କ ମତ ଗୁଡ଼ିକ ବା ପ୍ରଶ୍ନ ଗୁଡ଼ିକର ଉତ୍ତର ସମାଧାନ ଗୁଡ଼ିକ ଅତି ସରଳ ଉପାୟରେ ପରିପ୍ରକାଶ କରିଥିଲେ। କିପରି ଭାବେ ଛୁଆ ମାନେ ମୁଖ୍ୟସ୍ରୋତ କୁ ଆସିବେ ଓ ସେମାନେ ଆଗକୁ ବଢ଼ିବେ ସେଇ ଉପରେ ଆଲୋଚନା କରିଥିଲେ। ପରିଶେଷରେ ସମସ୍ତ ପୀଡିତାଙ୍କୁ ବିଶ୍ୱ ଯୁବ କେନ୍ଦ୍ର ତରଫରୁ ଏକ ଉପହାର କୀଟ ପ୍ରଦାନ କରାଯଇଥିଲା | ଯେଉଁଥିରେ ବ୍ୟାଗ, ପାଣି ବୋତଲ, ହ୍ୟାଣ୍ଡୱାଶ, ସାନିଟାରୀ ନାପକିନ ଇତ୍ୟାଦି ପ୍ରଦାନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ଜଣ ପୀଡିତ ଶିଶୁ ଓ ତାଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ | ପ୍ରକଳ୍ପ ସଂଯୋଜିକା ସୁମିତ୍ରା ସ୍ୱାଇଁ ସ୍ୱାଗତ କରି ଥିଲେ ଓ ଆଭା ପ୍ରକଳ୍ପ ସଂଯୋଜକ ରାକେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମ କ୍ରମକୁ ବିଶ୍ୱ ଯୁବ କେନ୍ଦ୍ରର ପ୍ରୋଗ୍ରାମର ପ୍ରକଳ୍ପ ସହାୟିକା , ସୁମିତ୍ରା ଦେହୁରୀ, ଜୁଲି ସ୍ବାଇଁ, ବିଦୁଲତା ସ୍ବାଇଁ, କୁମୁଦିନୀ ସ୍ବାଇଁ , ପ୍ରକଳ୍ପ କାଉନସିଲର ମନସ୍ମିତା ନାୟକ ସହଯୋଗ କରିଥିଲେ |
Recent Comments