logo
add image
ରୁପଶକ୍ତି ବିୟୁଟି ପାର୍ଲରରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ସମସ୍ତ ସାମଗ୍ରୀ ଭସ୍ମୀଭୂତ।

ରୁପଶକ୍ତି ବିୟୁଟି ପାର୍ଲରରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ସମସ୍ତ ସାମଗ୍ରୀ ଭସ୍ମୀଭୂତ।

ବୌଦ୍ଧ/୨୭/୦୨/୨୦୨୬/(ଆଧାର ମିଡ଼ିଆ)-ଶୁକ୍ରବାର ଦିନ ୧୧ ଟା ୩୦ ମିନିଟ ସମୟରେ ବୌଦ୍ଧ ସହର ସ୍ଥିତ ଖଲିଆ ବଗିଚାରେ ଥିବା ରୁପଶକ୍ତି ବିୟୁଟି ପାର୍ଲରରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ସମସ୍ତ ସାମଗ୍ରୀ ଭସ୍ମୀଭୂତ ହୋଇ ଯାଇଛି | ମିଳିଥିବା ସୂଚନା ଅନୁଯାୟୀ ବିୟୁଟି ପାର୍ଲର ବନ୍ଦଥିବା ବେଳେ ସେଥିମଧ୍ୟରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ l ମାଲିକ ରୁପେଶ କୁମାର ଦାଶଙ୍କୁ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ | ବୌଦ୍ଧ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇ ଥିଲେ ମଧ୍ୟ ଭିତରେ ଥିବା ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସମସ୍ତ ଆସବାବ ପତ୍ର, ବୈଦ୍ୟୁତିକ ଓ ମେକପ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଛି | ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଂଡ ଘଟିଥିବା ସନ୍ଦେହ କରାଯାଉଛି l

Recent Comments

Leave Comments

Top