logo
add image
ନିଷ୍କ୍ରିୟ କରାଗଲା ମହାଜନପୁର ଜବତ୍ ବାଣ 

ନିଷ୍କ୍ରିୟ କରାଗଲା ମହାଜନପୁର ଜବତ୍ ବାଣ 

କଟକ/୨୭/୨/୨୬/(ଆଧାର ମିଡ଼ିଆ)-ଜଗତପୁର ଥାନା ପାଗାଫାଣ୍ଡି ଅଧିନସ୍ତ ମହାଜନପୁର ପଞ୍ଚାୟତ ମହାଜନ ପୁର ନାୟକ ସାହିରେ ଗତ ଗୁରୁବାର ଦିନ ହୋଇଥିବା ବାଣ ବିସ୍ଫୋରଣ ପରେ ଲୋକମାନେ ଭୟରେ ଆଣି ଥୋଇଥିବ ଏକ ବଣଭିତରୁ ଜବତ୍ କରାଇଥିବା ୭ରୁ ୮ଲକ୍ଷ ଟଙ୍କାର ବାଣ ଆଜି ବୋମା ନିଷ୍କ୍ରିୟକାରୀ ଦଳ, ଅଗ୍ନିଶମ ବାହିନୀ ଓ ଜଗତ ପୁର ପୋଲିସଙ୍କ ସହାୟତାରେ ବାରବୋଡିଆ ନଦୀ ପଠାରେ ଏକ ନିର୍ଜନ ସ୍ଥାନରେ ନିଷ୍କ୍ରିୟ କରାଯାଇ ବାଲିରେ ପୋତା ଯାଇଛି।
ସୂଚନା ଅନୁସାରେ ଜନୈକ ବ୍ୟକ୍ତିଙ୍କ ଘରେ ବାଣ ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ତେବେ ପୁଲିସ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ସମୟରେ ଦୋଳଯାତ୍ରାକୁ ଦୃଷ୍ଟିରେ ରଖି ବିଲ ମଝିରେ ଥିବା ଏକ ସ୍ୱଳ୍ପ ଜଙ୍ଗଲିଆ ସ୍ଥାନରେ ବିପୁଳ ପରିମାଣର ତିଆରି ବାଣ ଓ ବାଣରେ ବ୍ୟବହୃତ ଅନ୍ୟାନ୍ୟ ବିସ୍ପୋରକ ସାମଗ୍ରୀ ମହଜୁଦ ରଖିଥିବା ସମ୍ପର୍କରେ ଜାଣିବାକୁ ପାଇଥିଲା। ତେବେ ବାଣ ବିସ୍ଫୋରଣର କାରଣ ସମ୍ପର୍କରେ ଏଯାଏ ସଠିକ୍ ସୂଚନା ମିଳିପାରି ନାହିଁ।
ପ୍ରାପ୍ତ ସୂଚନା ମୁତାବକ,ଜଗତପୁର ଥାନା ମହାଜନ ପୁର ପଞ୍ଚାୟତ ନାୟକ ସାହିର ଗୋବିନ୍ଦ ନାୟକ ଓରଫ ଠୁରିଆଙ୍କ ଘରେ ପ୍ରତିବର୍ଷ ଭଳି  ଏବର୍ଷ ମଧ୍ୟ ବାଣ ପ୍ରସ୍ତୁତ କରାଯାଉଥିଲା। ପୂର୍ବରୁ ତାଙ୍କ ଘରେ ବିପୁଳ ପରିମାଣର ବାଣ ଗଛିତ ଥିବା ବେଳେ  ଆହୁରି ଅଧିକ ପରିମାଣରେ ବାଣ ପ୍ରସ୍ତୁତ କରାଯାଇ ମହଜୁଦ  କରାଯାଉଥିଲା।  ଦୁର୍ଭାଗ୍ୟ ବଶତଃ ଗୁରୁବାର ଦିନ ଗୋବିନ୍ଦ ସାହୁ ଘରେ ନଥିବା ବେଳେ  ତାଙ୍କ ଘରେ ଏକ ପ୍ରଚଣ୍ଡ ଶଦ୍ଦ କରି ବାଣ ବିସ୍ଫୋରଣ ଘଟିଥିଲା।  ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ତାହାର ପ୍ରଭାବରେ ଘରର ଛାତ ଓ ସିଡି ପାହାଚ ଭାଙ୍ଗିଯାଇଥିଲା। ଏହି ବିସ୍ଫୋରଣରେ ଗୋବିନ୍ଦଙ୍କ ପତ୍ନୀ ସୁଧାଂଶୁବାଳା,ବୋହୂ ପ୍ରଭାତୀ ଓ ୩ ବର୍ଷୀୟା ନାବାଳିକା ସ୍ମୀତପ୍ରଜ୍ଞା ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
ପରବର୍ତ୍ତୀ ସମୟରେ ପୁଲିସ ବାଣ ବ୍ୟବସାୟୀ ଗୋବିନ୍ଦ ନାୟକଙ୍କୁ  ପଚରାଉଚରା କରିବା ସହ ଘଟଣାର ଅଧିକ  ତଥ୍ୟ  ଜାଣିବା ପାଇଁ ଖୋଳତାଡ ଜାରି ରଖିଥିଲା। ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଗାଁ ରେ ଅଧିକାଂଶ ଲୋକ ବାଣ ତିଆରି କରି ପରିବାର ପ୍ରତିପୋଷଣ କରନ୍ତି।

Recent Comments

Leave Comments

Top