logo
add image
ବଳଙ୍ଗା ଥାନାରେ ଆମ ପୋଲିସ ବୈଠକ ଅନୁଷ୍ଠିତ.

ବଳଙ୍ଗା ଥାନାରେ ଆମ ପୋଲିସ ବୈଠକ ଅନୁଷ୍ଠିତ.

ପିପିଲି/୨୭/୨/୨୦୨୬/(ଆଧାର ମିଡ଼ିଆ)-ପୁରୀଜିଲ୍ଲା ପିପିଲି ଏସଡିପିଓଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ବଳଙ୍ଗା ଥାନାରେ ଶୁକ୍ରବାର ଦିନ " ଆମ ପୋଲିସ ବୈଠକ ଆନୁଷ୍ଠାନିକ ଭାବରେ ଅନୁଷ୍ଠିତ ହୋଇ ଯାଇଛି.ଏଥିରେ ପିପିଲି ଏସଡିପିଓ ଦେବାଶିଷ ମିଶ୍ର ଯୋଗ ଦେଇଥିବା ବେଳେ ବଳଙ୍ଗା ଥାନାର ପ୍ରଥମ ମହିଳା ଦକ୍ଷ ଆଇଆଇସି ସସ୍ମିତା ସାହୁ ଉପସ୍ଥିତ ରହିଥିଲେ.ତାଙ୍କସହ ଏସ ଆଇ ସସ୍ମିତା ବେହେରା.ଏସ ଆଇ ରାଜଲଷ୍ମୀ ପଟ୍ଟନାୟକ ଉପସ୍ଥିତ ଥିଲେ.ବୁଦ୍ଧି ଯିବି.ସମାଜସେବି.ବରିଷ୍ଠ ନାଗରିକ.ଥାନା ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରୁ ଆସି ଥିବା ସରପଞ୍ଚ. ସମିତି ସଭ୍ୟ, ସଭ୍ୟା.ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ସଭାପତିତ୍ୱ କରି ବୈଠକ ଆରମ୍ଭ କରିଥିଲେ ଥାନାର ଦକ୍ଷ ମହିଳା ଅଧିକାରିଣୀ.
ଉପସ୍ଥିତ ଥିବା ଗୁରୁଜନ ମାନଙ୍କୁ ସଂମ୍ମାନ ଜଣାଇ ନିଜ ବକ୍ତବ୍ୟ ପ୍ରଦାନ କରି କହିଥିଲେ ପୋଲିସ ହେଉଛିଜନସାଧାରଣ ମାନଙ୍କର ସେବକ.ସେବକ ହୋଇ ଅଂଚଳ ମାନଙ୍କରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା.ଅପରାଧୀ ଦମନ.ଚୋରା ମଦ ଉପରେ ରୋକ ଲଗାଇ କାର୍ଯ୍ୟାନୁଷ୍ଠାନ ନେବା. ଅଞ୍ଚଳରେ ହେଉ ଥିବା ସାଇବର କ୍ରାଇମକୁ ଗୁରୁତ୍ୱ ଦେବା.ଥାନାକୁ ଆସୁଥିବା ଅଭିଯୋଗ ଉପରେ ଗୁରୁତ୍ୱ ଦେବା.ଏବଂ ଜରୁରୀ କାଳୀନ ସେବା ଯୋଗାଇ ଦେବାରେ ପୋଲିସର ଦକ୍ଷତା ରହିଛି.ଏସବୁ ଉପରେ ଅଞ୍ଚଳର ଜନସାଧାରଣଙ୍କ ସମ୍ପୂର୍ଣ୍ଣ ସହଯୋଗ ଏବଂ ଭରସା ଆବଶ୍ୟକ ଅଟେ. ଯାହା ଜନସାଧା ରଣ. ଗଣମାଧ୍ୟମ ପ୍ରତିନିଧି ଓ ପୋଲିସ ମିଳିତ ସହଯୋଗ ରହିଲେ ପ୍ରତ୍ୟେକ ସମସ୍ୟା ଯଥାଶୀଘ୍ର ସମାଧାନର ମାର୍ଗ ଦର୍ଶିକା ଅଟେ ବୋଲି ଥାନା ଅଧିକାରିଣୀ କହି ଛନ୍ତି.
ଥାନା ଅଧିକାରିଣୀଙ୍କ ଏଭଳି ବକ୍ତବ୍ୟକୁ ନେଇ ବୈଠକରେ ଏକ ଭାଇଚାରା ଦେଖା ଦେଇଥିଲା ଏବଂ ଉପସ୍ଥିତ ଥିବା ସମସ୍ତ ବରିଷ୍ଠ ନାଗରିକ.ବୁଦ୍ଧିଯିବି ଓ ଜନସାଧାରଣ ମାନେ ଥାନା ଅଧିକାରିଣୀଙ୍କୁ ଧନ୍ୟବାଦ ଦେଇଥିଲେ. ଅନ୍ୟ ପକ୍ଷରେ ଦୀର୍ଘ ୭ବର୍ଷଧରି ବଳଙ୍ଗା ଥାନାରେ "ଆମ ପୋଲିସ "କାର୍ଯ୍ୟକ୍ରମ ଠପ ହୋଇ ରହି ଥିବା ବେଳେ ଶ୍ରୀମତୀ ସାହୁ କାର୍ଯ୍ୟରେ ଯୋଗ ଦେବାରେ ବଳଙ୍ଗା ଥାନା ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରି ଅଛି.ଏହି କାର୍ଯ୍ୟ କ୍ରମକୁ ଥାନାର ସମସ୍ତ ଏସ ଆଇ. ଏ ଏସ ଆଇ.ହାବିଲଦାର.କନେଷ୍ଟ ବଳ.ହୋମ ଗାର୍ଡ ଏବଂ ଗୃହରକ୍ଷୀ ମାନେ ସହଯୋଗ କରି ଥିଲେ.

Recent Comments

Leave Comments

Top