ବଲାଙ୍ଗିର/୦୧/୦୩/୨୬/(ଆଧାର ମିଡ଼ିଆ)-ଭାରତୀୟ ବିଦ୍ୟା ନିକେତନ ବିଲେଇ ସର୍ଡାର ଗତକାଲି ୧୩ତମ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଥିଲା । ଏହି ଅବସରରେ ବହୁ ଅତିଥି,ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଉତ୍ସବରେ ମୁଖ୍ୟଅତିଥି ଭାବେ ପୁଇଁତଲା ବ୍ଲକଅଧ୍ୟକ୍ଷ ଭାବେ ସରୋଜ କୁମାର ପ୍ରଧାନ ଯୋଗଦେଇ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ଶଶୀକଳା ସାହୁ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ବାର୍ଷିକ ବିବରଣୀ ପାଠ କରିଥିଲେ ।
ଛାତ୍ରଛାତ୍ରୀମାନେ ଶିକ୍ଷା, କ୍ରିଡା ତଥା ଅନ୍ୟାନ୍ୟ କ୍ଷେତ୍ରରେ ଉପଲବ୍ଧି ବିଷୟରେ ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଭାବ ରେ ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ କୈାତୁକ ପନ୍ଦର ସମ୍ମାନିତ ଅତିଥି ରୂପେ ବ୍ୟଙ୍ଗ କୁଇନ ଅନୁପ୍ରିୟା ମିଶ୍ର, ବିଲେଇସର୍ଡା ସରପଂଚ ଶୁଶାନ୍ତ କୁମାର ଛତ୍ରିଆ, ସ୍କୁଲର ସଭାପତି ବୁଲୁ ପଣ୍ଡା, ସମିତି ସଭ୍ୟ ସୁରେନ୍ଦ୍ର ବୁଡେକ ପ୍ରମୁଖ ମଂଚାସିନ ଥିଲେ । ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲା ଛାତ୍ର / ଛାତ୍ରୀମାନଙ୍କର ସାଂସ୍କୃତିକ ପ୍ରଦର୍ଶନ । ଛୋଟ ଛୋଟ ଶିଶୁମାନେ ରଙ୍ଗିନ ପୋଷାକ ପିନ୍ଧି ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ କରିଥିଲେ ।
ବିଭିନ୍ନ କ୍ଷେତ୍ରରେ ବୃତ୍ତିଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ ଯେ ଶିକ୍ଷା ମାନବ ଜୀବନର ମୂଳଭିତ୍ତି ଏବଂ ପରିଶ୍ରମ ଓ ଶୃଙ୍ଖଳାବଦ୍ଧ ଜୀବନ ହିଁ ସଫଳତାର ମାର୍ଗ । ସେ ଛାତ୍ର ଛାତ୍ରୀମାନଙ୍କୁ ନିଜର ଲକ୍ଷ୍ୟପ୍ରାପ୍ତ ପାଇ ଅତୁଟ ପ୍ରୟାସ କରିବାକୁ ପ୍ରେରଣା ଦେଇଥିଲେ ।ଉଦ୍ଘୋଷକ ରୂପେ ଜ୍ୟୋତି ପ୍ରକାଶ ସାହୁ ମଂଚ ପରିଚାଳନା କରିଥିବା ବେଳେ ଦେବାଶିଷ କୁମାର ବାବୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍କୁଲର ଗୁରୁଜୀ ଗୁରୁମା, ସ୍କୁଲ କର୍ମଚାରୀ ଏବଂ ସଚିନ୍ଦ୍ର ସାହୁ ସହଯୋଗ କରିଥିଲେ ।
Recent Comments