ପଦ୍ମପୁର/୨/୩/୨୦୨୬/(ଆଧାର ମିଡ଼ିଆ/ଡିଲେଶ୍ୱର ବାଗ):ବରଗଡ଼ ଜିଲ୍ଲାପାଇଁ ଗର୍ବରବିଷୟ। ସ୍ବର୍ଗତଃ ସତ୍ୟବାନ୍ ଅଗ୍ରୱାଲ ଓ ତ୍ରିଶଳା ଦେବୀଙ୍କ ନାତୁଣୀ,ବରିଷ୍ଠ ବ୍ୟବସାୟୀ ଓ ଭାରତୀୟ ଜନତା ପାର୍ଟି ବରଗଡ଼ ଜିଲ୍ଲା ଉପସଭାପତି ସୁନିଲ ଅଗ୍ରୱାଲ ଏବଂ ସନ୍ଧ୍ୟା ଅଗ୍ରୱାଲଙ୍କ ସୁପୁତ୍ରୀ ତନିଶା ଅଗ୍ରୱାଲ ସିଏ (CA) ଫାଇନାଲ ପରୀକ୍ଷାରେ ସଫଳତାର ସହ ପାସ୍ କରିଛନ୍ତି। ତନିଶାଙ୍କ ଏହି ସଫଳତାରେ ତାଙ୍କ ପରିବାର ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଦୀର୍ଘ ପରିଶ୍ରମ, ନିଷ୍ଠା ଓ ଅଦମ୍ୟ ଆତ୍ମବିଶ୍ୱାସର ଫଳସ୍ୱରୂପ ସେ ଏହି କଠିନ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଗୌରବ ଅର୍ଜନ କରିଛନ୍ତି।
ବରଗଡ ସାଂସଦ ପ୍ରଦୀପ ପୁରୋହିତ,ପଦ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ, ପଦ୍ମପୁର ବଣିକ ସଂଘ ସଭାପତି ପ୍ରତାପ ମିଶ୍ର,ମାରୱାଡି ସମାଜ ସଭାପତି ଅମରଦୀପ ଅଗ୍ରୱାଲ,ସମ୍ପାଦକ ବଜରଙ୍ଗ ଗର୍ଗ, ବିଜେପି ଯୁବ ନେତା ପ୍ରିତେଶ ବହିଦାର, ନଗର ସଭାପତି ପ୍ରମୋଦ ମେହେର, ବରିଷ୍ଠ ବିଜେପି ନେତା ପ୍ରୀତମ ମେହେର, ମହିଳା କମିଶନର ସଦସ୍ୟା ମୁକ୍ତା ସାହୁ,କାଉନସିଲର ଚିନ୍ମୟ ପଣ୍ଡା ଙ୍କ ସମେତ ବିଭିନ୍ନ ମହଳରୁ ତନିଶାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l
Recent Comments