କଣିହାଁ/୦୩/୦୩/୨0୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳଜିଲା କଣିହାଁ ବ୍ଲକ ଟାକୁଆ ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଟାକୁଆ ଗ୍ରାମର ଶିବୁ ସାହୁ (୨୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜେଶ କୁମାର ସାହୁ (୨୦) ଗୁରୁତର ଆହତ ହୋଇଛନ୍ତି।
ଡେରଙ୍ଗରେ ଭଲିବଲ ମ୍ୟାଚ ଦେଖି ଫେରୁଥିବା ସମୟରେ ଜିନ୍ଦଲ ପ୍ଲାଣ୍ଟ ସଂଯୋଗ ରାସ୍ତାର ବନ୍ଧ ପାଖରେ କୋଇଲା ବୋଝେଇ ୧୬ ଚକିଆ ଟ୍ରକ ମଟର ସାଇକେଲକୁ ପଛରୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ କଣିହାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିବା ବେଳେ ଡାକ୍ତର ଶିବୁଙ୍କୁ ମୃତ ଘୋଷଣା କରିଥିଲେ। ଆହତ ରାଜେଶଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ପଠାଯାଇଛି।
ଘଟଣାକୁ ନେଇ ଗ୍ରାମବାସୀ ରାତି ସାଢେ ୧୨ଟାରୁ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ମୃତକଙ୍କ ବାପା କୁଷଧ୍ୱଜ ସାହୁଙ୍କ ଅଭିଯୋଗ ଆଧାରରେ କଣିହାଁ ଥାନାରେ କେସ ନଂ ୬୫/୨୬ ରଜୁ ହୋଇଛି। ପୁଲିସ ଶବକୁ ଜବତ କରି ପଞ୍ଚନାମା ପରେ ମଣ୍ଡାପାଳ ମେଡିକାଲକୁ ପଠାଇଛି।
ଆଲୋଚନାରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ,ଜେଇଆପିଏଲ ଅଧକାରୀ ସୁରେଶ ବଂଶଳ ଓ ପ୍ରଭାତ ବିଶ୍ୱାଳ ଉପସ୍ଥିତ ଥିଲେ। ପରେ କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାରକୁ ୧୮ଲକ୍ଷ ଟଙ୍କା ଓ ମାସିକ ୧୫ ହଜାର ଭତା ଘୋଷଣା କରାଯିବା ପରେ ଆନ୍ଦୋଳନ ଉଠିଥିଲା।
Recent Comments