logo
add image
ଦୁଇବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା :ତିନିବର୍ଷର ଶିଶୁ ସମେତ ୪ମୃତ

ଦୁଇବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା :ତିନିବର୍ଷର ଶିଶୁ ସମେତ ୪ମୃତ

କନ୍ଧମାଳ/୦୪/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇବାଇକ ମୁହାଁମୁହିଁ ହେବା ଫଳରେ ଜଣେ ତିନିବର୍ଷର ଶିଶୁ ସମେତ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ମାନେ ହେଲେ,ଫିରିଙ୍ଗିଆ ଥାନା ପାଙ୍ଗାପଞ୍ଚାୟତ ପଟିଲିପିଡିଆ ଗ୍ରାମର ବାବୁଲା କହଁର(୩୮),ବାମନ କହଁର(୩୫),କାର୍ତ୍ତିକ କହଁର(୩) ଓ ସଲାଗୁଡା ପଞ୍ଚାୟତ ଟକେରୀଗୁଡା ଗ୍ରାମର ଟିଲୁ ଦିଗାଲ(୩୦)।ବନିତା କହଁର ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ,ବାବୁଲା,ବାମନ,ବନିତା ଓ କାର୍ତ୍ତିକ ଏକ ବାଇକରେ ଗୋଚ୍ଛାପଡା ଅଞ୍ଚଳରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ବନ୍ଦୁଲି ଛକ ନିକଟରେ ଅନ୍ୟ ଏକ ବାଇକରେ ବାଲନ୍ଦାପଡା ଆଡକୁ ଯାଉଥିବା ଟିଲୁ ଦିଗାଲଙ୍କ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।
ଫଳରେ ସମସ୍ତେ ଗୁରୁତର ହୋଇଥିଲେ। ସ୍ଥାନୀୟ ବିଜେପି ନେତା ବାବୁଲା କହଁର ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ନିଜ ଗାଡିରେ ଗୋଚ୍ଛାପଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ବାବୁଲା, ବାମନ, କାର୍ତ୍ତିକ ଓ ଟିଲୁଙ୍କୁ ମୃତ ଘୋଷଣା କରିଥିଲେ। ବନିତା ଏବେ ଏଠାରେ ଚିକିତ୍ସାଧୀନ ଅଛନ୍ତି। ଗୋଚ୍ଛାପଡା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।

Recent Comments

Leave Comments

Top