logo
add image
ଡେରଙ୍ଗ ଚନ୍ଦନଯାତ୍ରା ମହୋତ୍ସବ ପାଇଁ ଗ୍ରାମବାସୀଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, 

ଡେରଙ୍ଗ ଚନ୍ଦନଯାତ୍ରା ମହୋତ୍ସବ ପାଇଁ ଗ୍ରାମବାସୀଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, 

କଣିହାଁ0୬/0୩/୨0୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକସ୍ଥିତ ଡେରଙ୍ଗଗ୍ରାମରେ ୭୬ ତମ ରାଧାକୃଷ୍ଣ ଚନ୍ଦନ ଯାତ୍ରା ମହୋତ୍ସବ ନିମନ୍ତେ, ଗ୍ରାମ ବାସୀଙ୍କ ପକ୍ଷରୁ ୧ ତାରିଖ ରବିବାର ଦିନ ଗ୍ରାମର ଶିଵ ମନ୍ଦିର ପାଖ କୋଠ ଘର ଠାରେ ଗ୍ରାମ ସଭାପତି ପ୍ରଶ୍ନ କୁମାର ନାୟକ ଓ ସମ୍ପାଦକ ସୁଜିତ କୁମାର ସାହୁଙ୍କ ସଭାପତି ତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ହେବାକୁ ଥିବା ଏବର୍ଷର ରାଧାକୃଷ୍ଣ ଚନ୍ଦନଯାତ୍ରା ଆସନ୍ତା ଏପ୍ରିଲ ମାସ ୨୩ ତାରିଖ ଶୁକ୍ଲପକ୍ଷ ସପ୍ତମୀ ତିଥି ଗୁରବାର ଦିନ ହେବ ବୋଲି ବୈଠକରେ ସହମତି ପ୍ରକାଶ ପାଇଥିଲା l  ଯାତ୍ରାରେ ପାସ୍ତାବିତ ଥିବା, ମନୋରଞ୍ଜ କାର୍ଯ୍ୟକ୍ରମ ନିମନ୍ତେ ବୈଠକରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କ ଠାରୁ ମତା ମତ ଲୋଡ଼ା ଯାଇଥିଲା,
ଏଥିରେ ସଦସ୍ୟଙ୍କ ସହମତିରେ ପ୍ରସ୍ତାବିତ ରାଜ୍ୟ ତଥା ବାହାର ୨ ଟି ରାଜ୍ୟରୁ ଚନ୍ଦନ ଯାତ୍ରା ମୋହତ୍ସବରେ ଯୋଗ ଦାନ କରିବା ପାଇଁ ୩0ଟି ଅତ୍ୟାଧୁନିକ ମନରଞ୍ଜନ କାରି ଆଇଟମକୁ ସାମିଲ କରିବା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୪ ଦିନ ପଯ୍ୟନ୍ତ ତୁଳସୀ ଗଣନାଟ୍ୟକୁ ନିଶୁଳ୍କ ଯାତ୍ରା ପରିବେଷଣ କାର୍ଯ୍ୟ ନିମନ୍ତେ ବୈଠକରେ ସହମତି ପ୍ରକାଶ ପାଇଥିଲା, ଯାତ୍ରା ପୂର୍ବରୁ ରାଧା କୃଷ୍ଣ ଠାକୁରଙ୍କ ୭ ଦିନଧରି ଗ୍ରାମ ପୋଖରୀ ରେ ଚାପ ଖେଳା ନଗର କୀର୍ତନ ଠାରୁଧରି, ଠାକୁରଙ୍କ ଧଣ୍ଡା ପୂଜା ଏବଂ ସନ୍ଧ୍ୟା ସାଢେ ୭ ଟାରେ ଯାତ୍ରା ପ୍ରସେସନ ବାଣ ବାଜା ଠାକୁର ଙ୍କ ରୋଷଣୀ ପର୍ଯ୍ୟନ୍ତ କିଭଳି ଭାବେ ଶାନ୍ତି ଶୃଙ୍ଖଳା ସହ ଯାତ୍ରା ଅନୁଷ୍ଠିତ ହେବ, ତାକୁନେଇ ବୈଠକରେ ଗୁରତ୍ୱାରୋପ କରାଯାଇଥିଲା,ବୈଠକ ଗ୍ରାମର ଯୋଗେଶ୍ୱର ସାହୁ, କାନ୍ଦର୍ପ ବେହେରା ,ମୋହର୍ଗା ବେହେରା, ସୁନୀଲ ସାହୁ, ତାମିଲ ବେହେରା,ଝୁନା ସାହୁ,ବିଜୟ ସାହୁ ସଞ୍ଜୟବେହେରା,ମହେଶ୍ୱର ବେହେରା,ଜିତୁ ସାହୁ,ଗୁଲେଖ ସାହୁ, ଅକ୍ଷୟ ନାଏକ,ବିନୟ ସାହୁ, ମଦନ ସାହୁ,ପ୍ରଦୀପ କୁମାର ବେହେରା,ବୁଲୁ ସାହୁ ଙ୍କ ସମେତ ଅନ୍ୟାନୀୟ ସଦସ୍ୟ ଉପସ୍ଥିତ ଥିଲେ, ଶେଷରେ  ସଭାପତି ପ୍ରଶ୍ନକୁ ମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ l

Recent Comments

Leave Comments

Top