logo
add image
 ଯୋଗଶିକ୍ଷା ଦ୍ଵାରା ଆରମ୍ଭ ମହିଳା ଦିବସ ପାଳନ

 ଯୋଗଶିକ୍ଷା ଦ୍ଵାରା ଆରମ୍ଭ ମହିଳା ଦିବସ ପାଳନ

ସୁବର୍ଣ୍ଣପୁର/୦୬/୦୩/୨୦୨୬/(ଆଧାର ମିଡ଼ିଆ)-ସୁବର୍ଣ୍ଣପୁର ନୂଆ ଟାଉନ ହଲରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଥମଦିନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଚେୟାରପର୍ସନ ସୋନପୁର ମ୍ୟୁନିସି ପାଲଟି, ମାନ୍ୟବର ସାଂସଦ,ବଲାଙ୍ଗୀରଙ୍କ ପ୍ରତିନିଧି ଶ୍ରୀମତି ନଳିନୀ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ଅର୍ଜୁନ ମାଝୀଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତ ରଂଜନ ମିଶ୍ର, ଯୋଗ ଟ୍ରେନର ଶ୍ରୀ ମନୋଜ କୁମାର ପଣ୍ଡା ଓ ରୁକୁଣି ମେହେର ସହ ବିଭିନ୍ନ ବର୍ଗର ମହିଳାମାନେ,  ଏବଂ ଖେଲୋ ଇଣ୍ଡିଆ ସେଣ୍ଟର ସୋନପୁର କୋଚମାନେ ଯୋଗଦାନ କରିଥିଲେ।
ଆଜି ପ୍ରଥମ ଦିବସ ଶକ୍ତି ସ୍ୱରୂପିଣୀ’ (Her Body | Her Power) ଅବସରରେ ମାନସିକ ସୁସ୍ଥତା ସକାଶେ ସାମୁହିକ ଯୋଗ ଅଧିବେଶନ ସାମୁହିକ ଫିଟନେସ୍ ତଥା ଶାରୀରିକ କାର୍ଯ୍ୟକଳାପ (ଯେପରିକି ଜୁମ୍ବା, ଏରୋବିକ୍ସ ) ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।  ଆସନ୍ତାକାଲି  ଆତ୍ମ ସୁରକ୍ଷା କୌଶଳ ଶିକ୍ଷା, ଯୁଡୋ, କେରାଟେ, ଇତ୍ୟାଦି ଉପରେ ତାଲିମ ପ୍ରଦାନ କରାଯିବ।

Recent Comments

Leave Comments

Top