logo
add image
ପୂର୍ଵଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ.ଥାନାରେ ଅଭିଯୋଗ.

ପୂର୍ଵଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ.ଥାନାରେ ଅଭିଯୋଗ.

ପିପିଲି/୮/୩/୨୦୨୬/(ଆଧାର ମିଡ଼ିଆ)-ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବଳଙ୍ଗା ଥାନା ବାଲିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ସଙ୍ଘବଧ ଆକ୍ରମଣ କରାଯାଇ ଥିବାନେଇ ଥାନାରେ ଅଭିଯୋଗ ହୋଇଛି. ଅଭିଯୋଗ ଆଧାରରେ ଥାନାରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ମାମଲାର ତଦନ୍ତ ଜାରିରହିଛି.ସୂଚନା ମୁତାବକ ଗ୍ରାମର ଲିଙ୍ଗରାଜ ବାରିକଙ୍କ ପତ୍ନୀ ସସ୍ମିତା ବାରିକ ଥାନାରେ କରିଥିବା ଅଭିଯୋଗ ଅନୁଯାଇ ଗତ ୪ତାରିଖ ଦିନ ସାନ୍ଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ଶ୍ରୀକାନ୍ତ ବାରିକ.ପବିତ୍ର ବାରିକ.ଜଟିଆ ବାରିକ.ଜୟନ୍ତ ବାରିକ ପ୍ରମୁଖ ୧୨ଜଣ ବ୍ୟକ୍ତି ହାତରେ ବିଭିନ୍ନ ମରଣାସ୍ତ୍ର ଧରି ସସ୍ମିତାଙ୍କ ଘର ଦୁଆର ମୁଁହରେ ପହଞ୍ଚି ସ୍ୱାମୀ ଓ ଦିଅରଙ୍କ ନାମଧରି ଅଶୀଳ ଭାଷାରେ ଗାଳିଗୁଲଜ କରି ଥିଲେ.ସସ୍ମିତା ପ୍ରତିବାଦ କରିବାରୁ ତାଙ୍କୁ ଧକ୍କାମାରି ତାଙ୍କ ଘରଭିତରେ ପଶି ଆସବା ପତ୍ର ଭଙ୍ଗାରୁଜା କରି ଏକ ବାକ୍ସ ରେ ଥିବା ସୁନା ଅଳଙ୍କାର ଲୁଟି ନେଇଥିଲେ.ସେହି ସମୟରେ ମୋର ଦିଅର ମଟର ସାଇକେଲରେ ଆସୁଥିବା ସମୟରେ ସମସ୍ତ ଆସାମୀ ମାନେ ଅଭିଯୋଗ କାରିଣୀଙ୍କ ଦିଅରକୁ ସଙ୍ଘବଧ ଭାବରେ ଆକ୍ରମଣ କରି ଥିଲେ.ସେହି ସମୟରେ ଗ୍ରାମର ଲୋକମାନେ ଆସିବାରୁ ସମସ୍ତ ଆସାମୀ ମାନେ ପଳାଇ ଯାଇଥିଲେ.ପରେ ଗ୍ରାମବାସୀ ମାନେ ଅଭିଯୋଗ କାରିଣୀଙ୍କ ଦିଅରକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପିପିଲି ମେଡିକାଲ ନେଇଥିଲେ.ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ପଠାଯାଇଛି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି .

Recent Comments

Leave Comments

Top