logo
add image
ନୂଆପଡାରେ ମାରାଗୁଡା ଲୋକ ମହୋତ୍ସବ ପାଇଁ ବୈଠକ ଅନୁଷ୍ଠିତ l 

ନୂଆପଡାରେ ମାରାଗୁଡା ଲୋକ ମହୋତ୍ସବ ପାଇଁ ବୈଠକ ଅନୁଷ୍ଠିତ l 

ନୂଆପଡା/୦୮/୦୩/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲ୍ଲାର ଲୋକ କଳା,ସାହିତ୍ୟ ସଂସ୍କୃତିର ମହାପାର୍ବଣ ମାରାଗୁଡା ଲୋକ ମହୋତ୍ସବ–୨୦୨୬ର ସଫଳ ଆୟୋଜନ ନିମିତ୍ତ "ଅଭ୍ୟର୍ଥନା କମିଟି"ର ଏକ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକର ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁବାଷଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ସମ୍ବନ୍ଧରେ ଅବହିତ କରିଥିଲେ। ଜିଲ୍ଲାପାଳ ଶ୍ରୀ ଦାଶ ମାରାଗୁଡା ଲୋକ ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
ବିଭିନ୍ନ ଦିନରେ କେଉଁ କେଉଁ ବିଶିଷ୍ଟ ବ୍ୟକ୍ତି ମୁଖ୍ୟଅତିଥି ତଥା ଅତିଥି ଭାବରେ ଯୋଗଦେବେ ତାହା ଉପରେ ଆଲୋଚନା ହୋଇଥିଲା l ଏହି ମହୋତ୍ସବକୁ ମାନ୍ୟବର ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସହିତ ଅନ୍ୟାନ୍ୟ ମନ୍ତ୍ରୀ,ବିରୋଧୀଦଳ ନେତା,ସାଂସଦ, ବିଧାୟକ,ପୂର୍ବତନ ସାଂସଦ ଓ ବିଧାୟକମାନଙ୍କୁ ଆମନ୍ତ୍ରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା।ମହୋ ତ୍ସବ ପ୍ରାରମ୍ଭରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଗାୟତ୍ରୀ ମନ୍ଦିର ପର୍ଯ୍ୟନ୍ତ ଏକ ଭବ୍ୟ ମଶାଲ ଶୋଭାଯାତ୍ରା ଆୟୋଜନ କରାଯିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଦୀପିକା ଦିପ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଖଡିଆଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ନନ୍ଦ, କୋମନା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା କୁମ୍ଭାର,ନୂଆପଡା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ଖରିଆର ରୋଡ୍ ଏନଏସି ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନ,ନୂଆପଡା କ୍ରିକେଟ ସଂଘ ସଭାପତି ସରୋଜ କୁମାର ସାହୁ,ନୂଆପଡା ବିଡିଓ ରୋହିତ ଭୋଇ,ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହାରା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା,ନିଜାରତ ଅଧିକାରୀ ଘନଶ୍ୟାମ ମୁଣ୍ଡ,ଡିଏସପି ରମାକାନ୍ତ ଜେନା, ଜେକେଏସଏସ ଉପାଧ୍ୟକ୍ଷ ଅର୍ଜୁନ ଛତ୍ରୀଆ  ପ୍ରମୁଖ ଉପସ୍ଥିତ ଥିଲେ।ମହୋତ୍ସବର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟାଙ୍କ ସହଯୋଗ କାମନା କରିଥିଲେ l

Recent Comments

Leave Comments

Top