ନୂଆପଡ଼ା/୦୮/୦୩/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ନୂଆପଡ଼ା ଜିଲ୍ଲାରୁ ୭୪ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ "ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା "(SJDY) ୨୦୨୬ ମାଧ୍ୟମରେ ଆଜି ପୁରୀ ଶ୍ରୀମନ୍ଦିର ଦର୍ଶନ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଏଥିପାଇଁ ନୂଆପଡ଼ା ଆମ ବସ୍ ଷ୍ଟାଣ୍ଡ ପରିସରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ lସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ନୂଆପଡ଼ା ବିଧାୟକଙ୍କ ପ୍ରତିନିଧି ତଥା ତାଙ୍କ ମାଁ କଳ୍ପନା ଢୋଲକିଆ, ବିଜେପି ଜିଲ୍ଲା ସଭାପତି ଓ ସମାଜ ସେବୀ କମଲେଶ ଦିକ୍ଷିତ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l
ଜିଲ୍ଲାପାଳ ଓ ଅତିଥି ମାନେ ପତାକା ଦେଖାଇ ତୀର୍ଥଯାତ୍ରୀ ମାନଙ୍କ ଯାତ୍ରାର ଶୁଭାରମ୍ଭ କରିଥିଲେ ଓ ସେମାନଙ୍କ ଏକ ସୁଖଦ ଯାତ୍ରା କାମନା କରିଥିଲେ l ଏହି ତୀର୍ଥଯାତ୍ରୀମାନେ ଦୁଇଟି ଭଲ୍ଭୋ ବସ୍ରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ l ସେମାନେ ଆସନ୍ତାକାଲି ଜଗନ୍ନାଥ ମନ୍ଦିର ଦର୍ଶନ କରି ୧୦ ତାରିଖରେ ପ୍ରତ୍ୟାବର୍ତ୍ତନ କରିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ତୀର୍ଥଯାତ୍ରୀ ମାନଙ୍କ ସ୍ବାସ୍ଥ୍ୟପରୀକ୍ଷା ସହିତ ସୁବିଧା ଯାତ୍ରାପାଇଁ ସମସ୍ତ ପ୍ରୟୋଜନୀୟ ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜିଲ୍ଲାପାଳ ଶୁଭେଚ୍ଛା ଜଣାଇଥିଲେ।ଏହି ଅବସରରେ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ, ନୂଆପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଓଏସଆରଟିସି ଡିଏମ୍ ଆକାଶ ମହାପାତ୍ର , ସମାଜସେବୀ ଯାଜ୍ଞସେନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ।
Recent Comments