ବଲାଙ୍ଗୀର/୦୯/୦୩/୨୦୨୬/(ଆଧାର ମିଡ଼ିଆ-ଶରତ କୁମାର ମହାକୁରଙ୍କ ରିପୋର୍ଟ)-ରବିବାର ଅପରାହ୍ନରେ ମାଲପଡାର ରାମସ୍ୱାମୀ ମହିଳା କମିଟି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ସମ୍ପାଦିକା ରଞ୍ଜିତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ସବିତାଞ୍ଜଳି ଉଦ୍ଗାତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ଡକ୍ଟର ମନୋରମା ଶତପଥି ଓ ସମାଜସେବୀ ସଂଯୁକ୍ତା ମିଶ୍ରଙ୍କୁ ସମ୍ମାନୀତ କରାଯାଇଥିଲା। ସମାଜରେ ନାରୀର ସମ୍ମାନ ଓ ସୁରକ୍ଷା ଉପରେ ଆଲୋଚନା ହେବା ସହ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଶପଥ ପାଠ କରାଯାଇଥିଲା। ରଞ୍ଜିତା ମିଶ୍ର, ସବିତାଞ୍ଜଳି ଉଦ୍ଗାତା, ଦୁର୍ଗେଶ ପାଣିଗ୍ରାହୀ, ଶିଳା ରଥ, ପ୍ରଣତି ତ୍ରିପାଠୀ ଓ ଶୋଭିନି ମହାଲିଙ୍ଗ କବିତା ପାଠ କରିଥିଲେ।ଶେଷରେ ମହିଳାମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଖେଳ ଆୟୋଜନ କରାଯାଇଥିଲା। ପ୍ରଥମ ପୁରସ୍କାର ଦମୟନ୍ତୀ ମିଶ୍ର ଓ ଦ୍ୱିତୀୟ ପୁରସ୍କାର ସବିତା ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଭାସିନୀ ପଣ୍ଡା, ଗୀତାଞ୍ଜଳି ଗୁରୁ, ଅର୍ଣ୍ଣପୂର୍ଣ୍ଣା ପଣ୍ଡା ଓ ଅନ୍ୟ ସଦସ୍ୟାମାନେ ସହଯୋଗ କରିଥିଲେ।
Recent Comments