logo
add image
ଶିଶୁହତ୍ୟାକାଣ୍ଡର ପର୍ଦାପାସ :ନିଜ ଦାଦା ହିଁ ପୁତୁରାର ହତ୍ୟାକାରୀ.

ଶିଶୁହତ୍ୟାକାଣ୍ଡର ପର୍ଦାପାସ :ନିଜ ଦାଦା ହିଁ ପୁତୁରାର ହତ୍ୟାକାରୀ.

ବିଷମକଟକ/୮/୩/୨୦୨୬/(ଆଧାର ମିଡ଼ିଆ-କାଷିନାଥ ପାଳ)-ବିଷମକଟକ ଥାନା ଅନ୍ତର୍ଗତ ଚାଟିକୋଣା ୭ବର୍ଷ ଶିଶୁ ହତ୍ୟା କାଣ୍ଡର ହତ୍ୟାକାରିକୁ ଗରିଫ କରିବା ସହ ହତ୍ୟାକାଣ୍ଡର କାରଣ ପର୍ଦପାସ କରିଛି ରାୟଗଡା ପୋଲିସ୍ । ଆଜି ଅପରାହ୍ନରେ ରାୟଗଡା ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ୍ କୁମାର ଏକ ସାମ୍ବାଦିକ ସମ୍ମିଳନିରେ ହତ୍ୟାକାର୍ଡ ସମ୍ବନ୍ଦରେ ସୂଚନା ଦେଇଛନ୍ତି ।
ସୂଚନା ଆଧାରରେ ଗତ ୭ତାରିଖ ଦିନ ଚାଟିକୋଣା ଗ୍ରାମର ପୁରୁଷୋତମ ଗନ୍ତାୟତ ତାଙ୍କ ନାବାଳକ ପୁଅ ରିଷି ଗନ୍ତାୟତ (୦୭ ବର୍ଷ)ଙ୍କ ସନ୍ଦେହଜନକ ଅପହରଣ ଏବଂ ହତ୍ୟା ସମ୍ପର୍କରେ ଏକ ଲିଖିତ ରିପୋର୍ଟ ଦାଖଲ କରିଥିଲେ। ରିପୋର୍ଟ ଆଧାରରେ ଏକ ମାମଲା ପଞ୍ଜିକୃତ ହୋଇଥିଲା ଏବଂ ବିଷମକଟକ ପୋଲିସ ଦ୍ୱାରା ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଥିଲା । ରାୟଗଡା ଆରକ୍ଷି ଅଧିକ୍ଷକଙ୍କ ପ୍ରତକ୍ଷ ତତ୍ୱାବଧାନରେ ଚାଲିଥିବା ତଦନ୍ତରେ ଜିଲ୍ଲା ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ବୈଜ୍ଞାନିକ ଦଳ ସହାୟତାରେ ପୁଲିସ୍ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଏବଂ ଘଟଣାସ୍ଥଳର ଏକ ବିସ୍ତୃତ ବୈଜ୍ଞାନିକ ପରୀକ୍ଷା କରିଥିଲେ।
ତଥ୍ୟ ଆଧାରେରେ ପୁଲିସ୍ ମୃତ ଋିଶିର ଦାଦା ଚନ୍ଦନ ଗନ୍ତାୟତ(୨୭) କୁ ଥାନାରେ ଅଟକରଖି ଜେରା କରିବା ସମ ୟରେ ସେ ହତ୍ୟାକାଣ୍ଡ ଭିଆଇ ଥିବା ସ୍ୱିକାର କରିଛି । ହତ୍ୟକାଣ୍ଡ ପଛର କାହାଣିକୁ ବଖାଣିଛି । ଅଭିଯୁକ୍ତ ଚନ୍ଦନ ଗନ୍ତାୟତ (୨୭ ବର୍ଷ) ଚାଟିକୋଣା ବଜାରରେ ଏକ କ୍ରିଡା ଦୋକାନ କରିଥିବା ବେଳେ ଏହି ଦୋକାନ ପ୍ରାୟ ଏକବର୍ଷ ଧରି ବନ୍ଦ ରହିଥିବା ବେଳେ ସେ ଅନ୍‌ଲାଇନ୍ ଗେମ ଖେଳି ବିଭିନ୍ନ ଲୋକଙ୍କୁ ବହୁ ଟଙ୍କା ବାକିହୋଇ ଆର୍ଥୀକ ଅସୁବିଧାରେ ରହିଥିଲେ । ଅଭିଯୁକ୍ତ ତାଙ୍କ ମାଁଙ୍କ ସହମତି ବିନା ତାଙ୍କ ଆକାଉଂଟରୁ ଟଙ୍କା ନିଜ ଆକାଉଂଟକୁ ସ୍ଥାନାନ୍ତର କରିଥିଲେ ଯାହାକୁ ନେଇ ଚାଟିକୋଣା ବ୍ୟାଙ୍କ ପରିଷରରେ ବଡଭାଇ ସହ ପ୍ରବଳ ବଚଷା ହୋଇଥିଲେ ।
ଅଭିଯୁକ୍ତ ଚନ୍ଦନ ଅପମାନିତ ହୋଇ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ । ବଡଭାଇକୁ ପାନେ ଦେବାପାଇଁ ବିହ୍ୟୁ ରଚି ୬ତାରଖ ଦିନ ରାତ୍ରିରେ ବଡଭାଇର ପୁଅ ତଥା ପୁତୁରା ଋୁଷି(୭) କୁ କୁରୁକୁରି କିଣିବା ବାହାନାରେ ରିଷିକୁ ପ୍ରଲୋ ଭିତ କରି ଷ୍ଟେସନ ବଜାରର ଏକ ଦୋକାନକୁ ନେଇଯାଇଥିଲା। ଫେରିବା ସମୟରେ ଅଭିଯୁକ୍ତ ପୁଣିଥରେ ତାଙ୍କୁ ଏକ କ୍ରିକେଟ୍ ବ୍ୟାଟ୍ ଏବଂ ବଲ୍ ଦେବା ବାହାନାରେ ତାଙ୍କଘର ପଡିଶାରେ ରହିଥିବା ଅଜିତ ବିଡିକାଙ୍କ ଏକ ନିର୍ମାଣାଧୀନ ଘର ଭିତରକୁ ଡାକିନେଇ ସେଠାରେ ଏକ ଛୁରୀରେ ନିର୍ମମ ଭାବରେ ଶିଶୁର ଗଳାକାଟି ଦେଇଥିଲେ,ଯାହା ଫଳରେ ତାଙ୍କର ସେହି ଠାରେ ହିଁ ମୃତ୍ୟୁ ହୋଇଥିଲା।
ଅପରାଧ କରିବା ପରେ ଅଭିଯୁକ୍ତ ମୃତଦେହକୁ ଏକ ପ୍ଲାଷ୍ଟିକ୍ ଚାଉଳ ବ୍ୟାଗ ଭିତରେ ରଖି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା । ପରିବାର ସଦସ୍ୟଙ୍କୁ ଭ୍ରମିତ କରିବା ଏବଂ ସନ୍ଦେହ ଦୂର କରିବା ପାଇଁ ଅଭିଯୁକ୍ତ ବଡଭାଇ ସେମେତ ଅନ୍ୟ ସମ୍ପର୍କୀୟଙ୍କୁ ଅପହରଣ ସାଙ୍ଗକୁ ଟଙ୍କା ଦାବିକରିବା ଭଳି ଧମକପୂର୍ଣ୍ଣ ହ୍ୱାଟ୍ସଆପ୍ ମେସେଜ୍ ପଠାଇଥିବା ସ୍ୱିକାର କରିଛି । ବୈଜ୍ଞାନିକ ପ୍ରମାଣ, ସାକ୍ଷୀଙ୍କ ପରୀକ୍ଷା ଏବଂ ପୋଲିସ ଜେରା ସମୟରେ ଅଭିଯୁକ୍ତଙ୍କ ସ୍ୱୀକାରୋକ୍ତି ଆଧାରରେ ଅଭିଯୁକ୍ତ ଚନ୍ଦନ ଗନ୍ତାୟତକୁ ଧାରା ୧୪୦(୧)/୧୪୦(୨)/୧୦୩  ବିଏନ୍‌ଏସ୍ ୨୦୨୩ ରେ ଗିରଫ କରାଯାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ,ରକ୍ତଭିଜା ପୋଷାକ ଏବଂ ମୋବାଇଲ ପୋନ୍ ଜବତ କରାଯାଇଛି ।
ମାମଲାର ଅଧିକ ତଦନ୍ତ ଜାରି ରହିଥିବା ସହ ରାୟଗଡା ପୋଲିସ ଏପରି ଜଘନ୍ୟ ଅପରାଧରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦ୍ରୁତ ତଦନ୍ତ ଏବଂ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିବଦ୍ଧତା ବୋଲି ଆରକ୍ଷି ଅଧିକ୍ଷକ ସୂଚନା ଦେଇଛନ୍ତି । ଜିଲ୍ଲା ଅତିରିକ୍ତ ଏସପି ଅମୁଲ୍ୟ କୁମାର ଧର,ବିଷମ କଟକ ଏସଡିପିଓ ସନ୍ତୋଷୀନି ଓରାମ,ଥାନା ଅଧିକାରୀ ସମର୍ପିତ ସ୍ୱାଇଁ ଓ ସାଇବର ସେଲ ଇନିସ୍ପେକ୍ଟର ସୌଦାମିନୀ ବେହେର.ଜିଲ୍ଲା ଫୋରେନସିକ୍ ସାଇନ୍ସ ଲାବୋରେ ଟୋରୀର ବୈଜ୍ଞାନିକ ଦଳର ମିଳିତ ଉଦ୍ୟମ ବଳରେ ଖୁବ୍ କମସମୟ ମଧ୍ୟରେ ହତ୍ୟାକାରିକୁ ଗରିଫ କରିବାରେ ସକ୍ଷମ ହୋଇଛନ୍ତି ।

Recent Comments

Leave Comments

Top