logo
add image
ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କନ୍ଧମାଳ/୦୯/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ବହୁ ପୁରାତନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଏବଂ ଏସ୍. ଏମ୍. ସରକାରୀ ମହିଳା ମହାବିଦ୍ୟାଳୟ ରାଜରାସ୍ତାକୁ ଲାଗିକି   ରହିଛି ।ଏହି ଦୁଇଟି ମହାବିଦ୍ୟାଳୟ ଜିଲ୍ଲାର ବହୁ ପୁରାତନ ମହାବିଦ୍ୟାଳୟ l ଏହି ଦୁଇ ମହାବିଦ୍ୟା ଳୟରେ ଶହଶହ ଛାତ୍ରଛାତ୍ରୀ ନିଜ ନିଜର ଭବିଷ୍ୟତ ଗଢିବା ନିମନ୍ତେ ଶିକ୍ଷାଲାଭ କରିବାପାଇଁ ବହୁ ଦୁରଦୁରାନ୍ତରୁ ଆସୁଛନ୍ତି। ପ୍ରବେଶ ଫାଟକ ନିକଟରେ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ବିଶ୍ରାମାଗାର କିମ୍ବା ବସକୁ ଅପେକ୍ଷା କରିବା ନିମନ୍ତେ କୋଣସି ପ୍ରକାର ଆଶ୍ରୟସ୍ଥଳୀ ନଥିବାରୁ ଛାତ୍ର ଛାତ୍ରୀ ମାନେ ବାଧ୍ୟହୋଇ କେଉଁ ପାନଦୋକାନ,ଚା ଦୋକାନ,ହୋଟେଲ ବାରଣ୍ଡା ରେ ରହି କଷ୍ଟପାଇବା ସହ ନାହିଁ ନଥବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।
ଯାହାକି ସେମାନଙ୍କ ଜୀବନପ୍ରତି ବିପଦ ମଧ୍ୟ ସୃଷ୍ଟି ହେଉଛି । ଏ ସବୁକୁ ଆଖି ଆଗରେ ରଖି ଦୁଇ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ବିଶ୍ରାମନିମନ୍ତେ ମହାବିଦ୍ୟାଳୟ ନିକଟରେ ଯଥାଶୀଘ୍ର ଦୁଇଟି ବିଶ୍ରାମାଗାର ନିର୍ମାଣ ପାଇଁ ବିଜୁ ଜନତାଦଳର ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବି ସତ୍ୟ ନାରାୟଣ ବେହେରା ଓ ବିଜୁ ଜନତା ଦଳର ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ବେହେରା ଏକ ଲିଖିତ ଆକାରରେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକକୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

Recent Comments

Leave Comments

Top