logo
add image
୩୭ତ୍ତମ ବାର୍ଷିକ ତେର ଶମ୍ଭୁ ମିଳନକାର୍ଯ୍ୟ ଅନୁକୂଳପାଇଁ ମନ୍ଦିରରେ ପୂଜାର୍ଚ୍ଚନା

୩୭ତ୍ତମ ବାର୍ଷିକ ତେର ଶମ୍ଭୁ ମିଳନକାର୍ଯ୍ୟ ଅନୁକୂଳପାଇଁ ମନ୍ଦିରରେ ପୂଜାର୍ଚ୍ଚନା

ବାଲିଗୁଡ଼ା/୦୯/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟକୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଆୟୋଜନ ନିମନ୍ତେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ମନ୍ଦିର ଓ ମା ' ଦକ୍ଷିଣ କାଳୀ ମନ୍ଦିର ପରିସରରେ ସମିତିର ମୁଖ୍ୟ ପରିଚାଳକ ରାଜ କିଶୋର ଦାସଙ୍କ ଆବାହକତ୍ୱରେ ଏକ ଅନୁକୂଳ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏପ୍ରିଲ ୫ ତାରିଖ ରବିବାର ଦିନ ତେର ଶମ୍ଭୁ ମିଳନ ଉତ୍ସବ ଆୟୋଜନ କରିବା ପାଇଁ ସର୍ବ ସମ୍ମତି କ୍ରମେ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା l ଏହି ପରିପ୍ରେକ୍ଷୀରେ ମା' ପାଟଖଣ୍ଡା ମନ୍ଦିରରେ ପୂଜାର୍ଚ୍ଚନା କରି ଶ୍ରୀ ଶ୍ରୀ ମା' ପାଟଖଣ୍ଡା ଏବଂ ଶ୍ରୀ ଶ୍ରୀ ମା 'ଦକ୍ଷିଣକାଳୀଙ୍କ ଆଶୀର୍ବାଦ ଆଜ୍ଞା କାମନାକରି ଶୁଭାରମ୍ଭ କରାଯାଇଥିଲା l ଏଥିରେ ସମିତିର ସମସ୍ତ ସଦସ୍ୟ ବିଭିନ୍ନ ବିଭାଗରେ ମୁଖ୍ୟ ଭାବେଥିବା ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ. 

Recent Comments

Leave Comments

Top