ବଲାଣି/ବଡବିଲ/୯/୩/୨୬/(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)-କେନ୍ଦୁଝର ଜିଲ୍ଲା ଖଣିଅଞ୍ଚଳ ବଲାଣି ଟାଉନ୍ ସିପ ସ୍ଥିତ ଜେ ଏନ୍ ଆର୍ ସି ପ୍ରାଙ୍ଗଣରେ ବିଶ୍ବ ମହିଳା ଦିବସ ପାଳନ ନିମନ୍ତେ ବଲାଣି ଲୌହ ଖଣି ମହିଳା ସମିତି ଆନୁକୁଲ୍ୟ ରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅଣସରରେ ମୁଖ୍ୟ ଅତିଥି ଭାବେ ବଲାଣି ଲୌହଖଣିର ମୁଖ୍ୟ ମହାପ୍ରବନ୍ଧକ ମଲ୍ଲା ଶ୍ରିନିବାସୁ ଉପସ୍ଥିତ ଥିଲେ। ବିଶିଷ୍ଟ ଅତିଥି ଭାବେ ଆନନ୍ଦ କୁମାର (ସି ଜି ଏମ ମାଇଣ୍ଟେନନ୍ସ) ଓ ରାହୁଲ ରାଜ ମଣ୍ଡଳ (ଜି ଏମ ପ୍ରୋଜେକ୍ଟ) ଉପସ୍ଥିତ ଥିଲେ।ଏହା ବ୍ୟତୀତ ସମ୍ମାନିତ ଅତିଥି ଭାବେ ଡି ଏ ଭି ପବ୍ଲିକ୍ ସ୍କୁଲ ର ପ୍ରଧାନ ଆଚାର୍ଯ୍ୟା ରାଜଶ୍ରୀ ମହାପାତ୍ର ଓ ଡି ଏ ଭି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଭାକର ମହାନ୍ତି ଉପସ୍ଥିତ ଥିଲେ।
ଉକ୍ତ କାର୍ଯ୍ୟକ୍ରମର ବିଭିନ୍ନ ପ୍ରକାର ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ଭାଗ ନେଇଥିବା ପ୍ରତିଯୋଗିତା ମାନଙ୍କୁ ଦୁଇଟି ଗୃପରେ ବଣ୍ଟା ଯାଇଥିଲା। ଯେଉଁଥିରେ ୨୧ ବର୍ଷରୁ କମ ଏବଂ ୨୧ ବର୍ଷରୁ ଉର୍ଦ୍ଧ ବୟସର ମହିଳା ମନେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଗତ ୧/୩/୨୬ରୁ ଶୁଭାରମ୍ଭ ହୋଇଥିଲା।ବହୁ ସଂଖ୍ୟାରେ ମହିଳା ଓ ବାଳିକା ମନେ ମୁରୁଜ,ଝୋଟି ପକାଇବା,ପାରମ୍ପାରିକ ଭେଷ ଧାରଣ,ନୃତ୍ୟ, ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ଭିତରେ ଲୁକ୍କାଇତ ପ୍ରତିଭାର ପରିଚୟ ଦେଇଥିଲେ। ଉତ୍ତମ ପ୍ରଦର୍ଶନ କରିଥିବା ପ୍ରତିଯୋଗୀତା ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥଲା। ଏହା ବ୍ୟତୀତ ସମାଜ ରେ ଉତ୍ତମ କାର୍ଯ୍ଯ କରି ନିଜର ପରିଚୟ ହାସଲ କରିଥିବା ବୃଦ୍ଧା ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା।ବଲାଣି ଲୌହ ଖଣି ମହିଳା ସମିତି ର ସଭାପତି ଉଷା ମଲ୍ଲା ଉପ ସଭାପତି ମନିଷା କୁମାର, ସମ୍ପାଦକ ପୁନମ ଭାସ୍କର କୌଶାଧକ୍ଷା ଡକ୍ଟର ମାୟା ମାଝୀ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
Recent Comments