ପିପିଲି/୧୦/୩/୨୦୨୬/(ଆଧାର ମିଡ଼ିଆ)-ବଳଙ୍ଗା ପଞ୍ଚୁ ଦୋଳ ମେଳଣ ଜମାଣ ଶୋଭାଯାତ୍ରାରେ ଜଣେ କଲେଜ ଛାତ୍ରକୁ ଛୁରାମାଡ ମାମଲାର ୨୪ ଘଣ୍ଟା ମଧ୍ୟରେ ସମସ୍ତ ଆକ୍ରମଣ କାରୀଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ। ସମସ୍ତେ ନାବାଳକ ହୋଇଥିଲା ବେଳେ ଜଣଙ୍କର ବୟସ ୧୭ ହୋଇଥିଲା ଓ ଅନ୍ୟ ୨ଜଣଙ୍କର ୧୫ ଓ ୧୬ ବର୍ଷ ବୋଲି ସୁଚନା ଦେଇଛି ପୋଲିସ। ସୋମବାର ଦିନ ବିଭିନ୍ନ ସ୍ଥାନରେ ଥାନା ଅଧିକାରୀ ସସ୍ମିତା ସାହୁ ଚଢାଉ କରାଯାଇ ସମସ୍ତଙ୍କୁ ଧରିଥିଲା। ମଙ୍ଗଳବାର ଦିନ ସମସ୍ତ ନାବାଳକଙ୍କୁ ପୁରୀ ଜୁଭେନାଇଲ କୋର୍ଟ ରେ ହାଜର କରଯାଇଛି। ସୁଚନା ମୁତାବକ ରବିବାର ରାତିରେ ଜମାଣ ଶୋଭାଯାତ୍ରା ଦେଖିବାକୁ ଆସିଥିବା ରେଶୀଙ୍ଗା ଗ୍ରାମର ସୌମ୍ୟ ରଞ୍ଜନ ଖୁଣ୍ଟିଆଙ୍କୁ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ କାରୀ ମାନେ ଛୁରୀରେ ଆକ୍ରମଣ କରିଥିଲେ। ଏନେଇ ସୌମ୍ୟଙ୍କ ବପା ଅଶୋକ ଖୁଣ୍ଟିଆଙ୍କ ପକ୍ଷରୁ ବଳଙ୍ଗା ଥାନାରେ ଏକ ମାମଲା ରୁଜୁ କରାଯାଇ ଥିଲା । ପରେ ବଳଙ୍ଗା ଥାନାଦକ୍ଷ ମହିଳା ଆଇ ଆଇ ସି ସସ୍ମିତା ସାହୁ ଓ ତଦନ୍ତ କାରି ଅଧିକାରିଣୀ ଶୁଭଲକ୍ଷ୍ମୀ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ପୋଲିସ ଟିମ ୨ଜଣଙ୍କୁ ସେମା ନଙ୍କ ଘରୁ ଧରିଥିଲା ବେଳେ ଅନ୍ୟ ଜଣଙ୍କୁ ବଳଙ୍ଗା କଲେଜ୍ ନିକଟରୁ ଧରିବାରେ ସକ୍ଷମ ହୋଇଥିଲେ।ଥାନା ଆଇଆଇ ସି ସସ୍ମିତା ସାହୁଙ୍କ କାର୍ଯ୍ୟ ଦକ୍ଷତାରେ ସମସ୍ତଙ୍କୁ ସ୍ୱଳ୍ପ ସମୟ ମଧ୍ୟରେ ଗିରଫ କରାଯିବା ନେଇ ପ୍ରଶଂସା ବଢ଼ିବାରେ ଲାଗିଛି.
Recent Comments