ଢେଙ୍କାନାଳ/ନିହଲପ୍ରସାଦ/୧୧/୦୩/୨୦୨୬/(ଆଧାର ମିଡ଼ିଆ-ପ୍ରମୋଦ କୁମାର ମହାନ୍ତି)ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଅଧିକାଂଶ ଜଙ୍ଗଲ ମଧ୍ୟ୍ୟରେ ଜୋରଦାର ବେଆଇନ ମାଙ୍କଡା ପଥର ଜିଲ୍ଲା ତଥା ବିଭିର୍ଣ୍ଣ ବାହାର ଜିଲ୍ଲା ଓ ସଦର ମହକୁମାକୁ ମାଙ୍କଡା ପଥର ଓ ମୁଗୁନି ପଥର ରପ୍ତାନି ହେଉଥିବା ଘଟଣା ଦୀର୍ଘଦିନରୁ ଦେଖିବାକୁ ମିଳୁଛି, ବେଆଇନ ଭାବେ ପଥର ଖାଦାନରୁ ପ୍ରତ୍ୟକ ଦିନ ହଜାର ହଜାର ଟ୍ରିପ ପଥର ମେସିନ ସାହାଯ୍ୟରେ କଟାଯାଇ ରାଜ୍ୟର ବିଭିର୍ଣ୍ଣ ଜିଲ୍ଲାକୁ ଦିନ ରାତି ବୁହାଯାଉଛି l ସରକାରୀ ସ୍ତରରେ ସମସ୍ତ ଉଚ୍ଚଅଧିକାରୀ ମାନଙ୍କ ଦୃଷ୍ଟିଗୋଚର ହେଉଥିଲେ ମଧ୍ୟ୍ୟ ଏହାକୁ ବନ୍ଦ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ହୋଇ ଦେଖିବା ଚୁପ ରହୁଥିବା, ଯାହାକି ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରୁଛି l ପଥରଲୁଟ ମାଫିଆମାନେ ବିଭିର୍ଣ୍ଣ ରାଜନୈତିକ ଅଧିକାରୀଙ୍କ ଛାତ୍ରଛାୟା ତଳେ ରହି ଏଭଳି ବେଆଇନ ଖଣି ଖାଦାନ ଲୁଟ କରିବାରେ ଲାଗିପଡିଛନ୍ତି.
ଜିଲ୍ଲାର ପୂର୍ବାଭାଗରେ ଅବସ୍ଥିତ ସୀମାନ୍ତ ଅଂଚଳ ଯଥା ଗଁନ୍ଦିଆ,ଷଢଙ୍ଗୀ,ପିଙ୍ଗୁଆ,ନିହଲପ୍ରସାଦ ଦେଇ ଯାଜପୁର ଜିଲ୍ଲାର କୁଆଖିଆ,ଜେନାପୁର,ଚଣ୍ଡିଖୋଲ ଦର୍ପଣଗଡ଼ ଆଦିକୁ ଟ୍ରକ ଯୋଗେ ବେଧଡ଼କ ଚୋରା ପଥର ଚାଲାଣ କରାଯାଉଛି, ଅନ୍ୟପକ୍ଷରେ ଷଢଙ୍ଗୀ ବାଟଦେଇ ମୃଦଙ୍ଗା, ଭୁବନ, ନୀଳକଣ୍ଠପୁର,ସୁକିନ୍ଦା ଆଦି ସ୍ଥାନକୁ ଚାଲାଣ କରିବାର ନଜରକୁ ଆସିଛି l ନେତା ମନ୍ତ୍ରୀ ଓ ଅଧିକାରୀଙ୍କ ସମ୍ପୃକ୍ତିକୁ ନେଇ ଲୋକମାନେ ବିଭିର୍ଣ୍ଣ ପ୍ରକାର ଚର୍ଚ୍ଚା ଆରମ୍ଭ କରିବା ଶୁଣିବାକୁ ମିଳୁଛି l
ଜିଲ୍ଲାର ବିଭିର୍ଣ୍ଣ ବ୍ଲକ ତହସିଲ ଅଧୀନରେ ଥିବା ସମସ୍ତ ଖଣି ଖାଦାନ ବନ୍ଦ କରିବାକୁ ଉଚ୍ଚପଦସ୍ତ ଅଧିକାରୀଙ୍କ ତାଗିଦ ସତ୍ବେ ମଧ୍ୟ୍ୟ ପଥର ବେପାରୀ ଓ ଖଣି କ୍ରସର ମାଲିକମାନେ ପୂର୍ବବତ ବେଆଇନ ଚାଲାଣ କରିଚାଲିଛନ୍ତି l ମଠତେନ୍ତୁ ଳିଆ, ଜୁଆଳିବନ୍ଧ, ଅରାଚୁଆ ଓ ଏହାର ଆଖପାଖ ଜଙ୍ଗଲ ମଧ୍ୟରୁ ବିରାଟ ବିରାଟ ଖାଦାନ ଖୋଳାଯାଇ ବେଆଇନ ମାଙ୍କଡା ପଥର ଉତ୍ତୋଳନ କରାଯିବା ଘଟଣା ସାରା ଜିଲ୍ଲାରେ ଚହଳ ପକାଇଛି l ଜିଲ୍ଲାର ବିଭିର୍ଣ୍ଣ ସ୍ବେଛାସେବୀ ସଂଗ ଠନ,ଜନତା ସୁରକ୍ଷା ମଞ୍ଚ,ବରିଷ୍ଠ ନାଗରିକ ତଥା ସାମ୍ବାଦିକ ସଂଗଠନର ବିଭିର୍ଣ୍ଣ ପ୍ରଚାର ପ୍ରସାର ଓ ବିରୋଧକୁ ଫୁକରି ଏଭଳି ସବୁ ଚୋରା କlରବାର ବେଧଡ଼କ ଚାଲିଆସୁଛି, ସରକାର ପ୍ରଚୁର ଅର୍ଥ ଉପାର୍ଜନ କରିବା ବଦଳରେ ପ୍ରକୃତିର ଅପୂର୍ବ ସମ୍ଭାରକୁ ନଷ୍ଟକରି ନିଘୋଡ଼ ନିଦରେ ଶୋଇଯାଇଛନ୍ତି,ଯାହାକି ଆଗାମୀ ଦିନମାନଙ୍କରେ ମାନ୍ୟବର ମନ୍ତ୍ରୀ, ବିଧାୟକ, ଓ ରାଜନୈତିକ ଦଳ ପ୍ରତି ଏ ସବୁ ଘାତକ ହୋଇପାରେ ବୋଲି ଆଶଙ୍କା ଉପୁଜିଛି l କାହା ଛତ୍ର ଛାୟା ତଳେ ଏମିତି ଖାମଖିଆଲି ଭାବେ ଚୋରା ଚାଲାଣ ଚାଲିଛି, ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ।
Recent Comments