logo
add image
ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନୂଆଁ ବସଷ୍ଟାଣ୍ଡ ପରିଦର୍ଶନ-ଯାତ୍ରୀଙ୍କ ସମସ୍ୟା ଗୁଡିକର ସମାଧାନ ପାଇଁ  ଅଧିକାରୀଙ୍କୁ ତାଗିଦ 

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନୂଆଁ ବସଷ୍ଟାଣ୍ଡ ପରିଦର୍ଶନ-ଯାତ୍ରୀଙ୍କ ସମସ୍ୟା ଗୁଡିକର ସମାଧାନ ପାଇଁ  ଅଧିକାରୀଙ୍କୁ ତାଗିଦ 

ସୁବର୍ଣ୍ଣପୁର/୧୧/୦୩/୨୦୨୬/(ଆଧାର ମିଡ଼ିଆ)-ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼କ୍ଟର ନୃପାରାଜ୍ ସାହୁ ସକାଳ ୧୧ ଘଟିକା ସମୟରେ ଅସ୍ଥାୟୀ ବସଷ୍ଟାଣ୍ଡ ଅଚାନକ ପରିଦର୍ଶନ କରିଥିଲେ। ପି.ଏଚ. ଡି ଦେଇଥିବା ପାଣି ଟାଙ୍କିଟି ଦୁଇଦିନ ଧରି ଉଭାନ ହୋଇଯିବା ପରେ ଜନ ସାଧାରଣ ଓ ଯାତ୍ରୀଙ୍କ ପିଇବା ପାଣି ଅସୁବିଧା କଥା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା। ବସଷ୍ଟାଣ୍ଡ ପରିଦର୍ଶନ ସମୟରେ ଲୋକଙ୍କ ରହଣି ସ୍ଥାନ ନ ଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖି ଜିଲ୍ଲାପାଳ ଶୀଘ୍ର ଏକ ରହଣି ସ୍ଥାନ ତିଆରି ପାଇଁ ପୌରନିର୍ବାହୀ ଅଧିକାରୀ ସୋନପୁରଙ୍କୁ ଆଦେଶ ଦେଇଥିଲେ।
ପୁରୁଷ ଓ ମହିଳା ଶୌଚାଳୟ ତିଆରି ହୋଇ ସାରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଶୀଘ୍ର ଲୋକଙ୍କ ବ୍ୟବହାର ରେ କିପରି ଆସିବ ସେନେଇ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ରକ୍ଷା ପାଇବାପାଇଁ ଥଣ୍ଡା ପାଣିର ସୁବିଧା କିପରି ଶୀଘ୍ର ହୋଇପାରିବ ସେ ନେଇ ସୋନପୁର ଘରୋଇ ବସ ମାଲିକସଂଘ ସଭାପତି ଦୀପକ କୁମାର ମହାପାତ୍ର ଓ ସମ୍ପାଦକ ସୁଦର୍ଶନ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। ବସ ଷ୍ଟାଣ୍ଡରେ ଥିବା ଉଠା ଦୋକାନୀ କେବଳ ୫ ଫୁଟ ଜାଗା ରଖି ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବାକି ଜାଗା ଖାଲି କରିବାକୁ  ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଲ
ପୌର ପରିଷଦ ପକ୍ଷରୁ ଦିଆ ଯାଇଥିବା ଅଚଳ ପାଣି ଟେପକୁ ଦେଖି ଆହୁରି ବିରକ୍ତି ପ୍ରକାଶ କରିଥିଲେ ଓ ବିକାଶ କାର୍ଯ୍ଯରେ ସାଧାରଣ ଲୋକଙ୍କ ମୌଳିକ ସୁବିଧା ବା ଅଧିକାରରେ ସେ ଯିଏବି ବ୍ୟାଘାତ ଦୃଷ୍ଟି କରିବ ସେ ଜିଲ୍ଲା ପ୍ରଶାସନ ସରକାର ଓ ଲୋକଙ୍କ ଶତ୍ରୁବୋଲି ଧରାଯିବ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ଜିଲ୍ଲାପାଳ l

Recent Comments

Leave Comments

Top