logo
add image
ଧର୍ମପରାୟଣ ମହିଳାଙ୍କ ପରଲୋକ ।

ଧର୍ମପରାୟଣ ମହିଳାଙ୍କ ପରଲୋକ ।

ରଣପୁର/୧୨/୦୩/୨୦୨୬/(ଆଧାର ମିଡ଼ିଆ)-ରଣପୁର ବ୍ଲକ ଲୋଧଚୁଆ ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗଧର ପୁର ନିକଟ ପାଟବେରଣା ଗ୍ରାମର ଜଣେ ଦରଦୀ ମିଷ୍ଠଭାଷୀ ପରୋପକାରୀ ତଥା ବିଶିଷ୍ଟ ଧର୍ମପରାୟଣ ମହିଳାଙ୍କର ରବିବାର ସନ୍ଧ୍ୟାରେ ନିଜବାସ ଭବନରେ ପରଲୋକ ହୋଇଯାଇଛି। ସୂଚନା ମତେ ମହିୟସୀ ମାତା ଲକ୍ଷ୍ମୀପ୍ରିୟା ପ୍ରଧାନ (୭୨) ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ତେବେ ମାର୍ଚ୍ଚ ୧ତାରିଖ ସନ୍ଧ୍ୟା ୬ଟା ସମୟରେ ପରିବାର ତଥା ଆତ୍ମୀୟ ସ୍ୱଜନ ମାନଙ୍କୁ ଛାଡି ଅଫେରା ରାଇଜକୁ ଚାଲିଯାଇଛନ୍ତି। ସ୍ୱର୍ଗତା ପ୍ରଧାନ ଜଣେ ସ୍ନେହୀ, ମିଷ୍ଠ ଭାଷୀ, ପରପୋକାରୀ, ବନ୍ଧୁବତ୍ସଳ,ଦରଦୀ,ମେଳାପୀ ଓ ସର୍ବୋପରି ଧର୍ମ ପରାୟଣ ବୃଦ୍ଧାଥିଲେ। ତାଙ୍କ ବିୟୋଗରେ  ସାରଙ୍ଗ ଧର ପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି।
ତାଙ୍କ ମର ଶରୀର ନିକଟରେ ଆତ୍ମୀୟ  ସ୍ୱଜନ, ପୁତ୍ର, ପୁତ୍ରବଧୁ, ଝିଅ, ଜାମାତା, ନାତି ଓ ନାତୁଣୀ ମାନେ ଉପସ୍ଥିତ ଥିଲେ। ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ୍ୟ ପରିକ୍ରମା କରି ପୁରୀ ସ୍ଵର୍ଗଦ୍ଵାରରେ ଅନ୍ତିମ ସଂସ୍କାର କରାଯାଇ ଥିଲା। ତାଙ୍କର ଏକ ମାତ୍ର ପୁତ୍ର ପ୍ରଶାନ୍ତ କୁମାର ପ୍ରଧାନ ମୁଖାଗ୍ନି ଦେଇଥିବା ବେଳେ ନିକଟରେ ଜାମାତା ସମାଜ ସେବୀ ଶଶାଙ୍କ ଭୁଜବଳ ଉପସ୍ଥିତ ଥିଲେ।

Recent Comments

Leave Comments

Top