ପିପିଲି/୧୨/୩/୨୦୨୬/(ଆଧାର ମିଡ଼ିଆ)-ମଙ୍ଗଳବାର ରାତିରେ ବଳଙ୍ଗା ପଞ୍ଚୁଦୋଳ ମେଳଣ ଉପଲକ୍ଷେ ମେଳଣ ପଡ଼ିଆରେ ଚାଲିଥିବା ବାଣ ପ୍ରତିଯୋଗିତାରେ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକକୁ ଭଙ୍ଗା ବୋତଲରେ ହତ୍ୟା ଉଦ୍ୟମ କରଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାରେ ସଂପୃକ୍ତ ଥିବା ୨ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଛି। ପୋଲିସ ଏହି ଘଟଣାରେ ଭଙ୍ଗା ବୋତଲ ସହ ଗୋଟିଏ ଛୁରୀକୁ ଅଭିଯୁକ୍ତଙ୍କ ଠାରୁ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବଳଙ୍ଗା ଥାନା ଚକ ବଳଙ୍ଗା ଗ୍ରାମର ରାକେଶ ବେହେରା ଓ ବିଜୁ ବେହେରା ବୋଲି ପୋଲିସ ସୂଚନା ଦେଇଛି।
ସୁଚନା ମୁତାବକ ଚକ ବଳଙ୍ଗା ଗ୍ରାମର ରଜନୀ ଖଟୁଆଙ୍କ ପତ୍ନୀ ପ୍ରିୟତମା ଖଟୁଆ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଗତ ମଙ୍ଗଳ ବାର ରାତିରେ ବଳଙ୍ଗା ମେଳଣ ପଡ଼ିଆରେ ବାଣ ପ୍ରତିଯୋଗିତା ହେଉଥିବାରୁ ପ୍ରିୟତମାଙ୍କ ପୁଅ ନିରଞ୍ଜନ ଖଟୁଆ ତାର ସାଙ୍ଗ ଆଲୋକ ଦଳେଇଙ୍କ ସହ ବାଣ ପ୍ରତିଯୋଗିତା ଦେଖିବାକୁ ଯାଇଥିଲେ। ପୂର୍ବ ଆକ୍ରୋଶକୁ ନେଇ ସେଠାରେ ରାକେଶ ଓ ବିଜୁ ନିରଞ୍ଜନ ଓ ଆଲୋକକୁ ଅଟକାଇ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିଲେ । ଏନେଇ ନିରଞ୍ଜନ ତାଙ୍କ ସମ୍ପର୍କୀୟ ଭାଇ ମହାଦେବ ବରାଳଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। ଖବର ପାଇ ମହାଦେବ ଘଟଣା ସ୍ଥଳରେ ପହଞ୍ଚି ରାକେଶ ଓ ବିଜୁଙ୍କୁ ପ୍ରତିବାଦ କରିଥଲେ। ହଠାତ୍ ବିଜୁ ଉତ୍ୟକ୍ତ ହୋଇ ହାତରେ ଧରିଥିବା ଏକ ବୋତଲ ଭାଙ୍ଗି ମହାବୀରଙ୍କ ପେଟକୁ ଭୁଷି ଦେଇଥିଲା। ମହାବୀର ପିନ୍ଧିଥିବା ଜିନ୍ ପ୍ୟାଣ୍ଟ୍ରେ ଥିବା ଵେଲ୍ଟ ଯୋଗୁ ମହାବୀରଙ୍କର କୌଣସି କ୍ଷତି ହୋଇ ନଥିଲା। ପରେ ଲୋକ ମାନେ ଭିଡ ଜମାଇବା ଦେଖି ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ଥାନା ଆଇ ଆଇ ସି ସସ୍ମିତା ସାହୁ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚାରିପଟେ ନଜରରଖି ଶେଷରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ.
Recent Comments