logo
add image
ପେଟ୍ରୋଲ ଓ ଡିଜେଲ ଆଦିର ଉପଲବ୍ଧତା ସମ୍ପର୍କରେ ଜିଲ୍ଲାସ୍ତରୀୟ କମିଟି ଗଠନ।

ପେଟ୍ରୋଲ ଓ ଡିଜେଲ ଆଦିର ଉପଲବ୍ଧତା ସମ୍ପର୍କରେ ଜିଲ୍ଲାସ୍ତରୀୟ କମିଟି ଗଠନ।

ବଲାଙ୍ଗିର/୧୧/୦୩/୨୦୨୬/(ଆଧାର ମିଡ଼ିଆ)-ମୁଖ୍ୟଶାସନସଚିବ ଶ୍ରୀମତୀ ଅନୁଗର୍ଗ ଆଜି ଲୋକସେବା ଭବନରେ ବିଭିନ୍ନ ବିଭାଗର ସଚିବ ଓ ଜିଲ୍ଲାପାଳମାନଙ୍କ ସହିତ ଆଭାସୀ ବୈଠକ କରି ରନ୍ଧନ ଗ୍ୟାସ,ପେଟ୍ରୋଲ ଓ ଡିଜେଲର ନିରବିଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଖାଉଟିମାନଙ୍କୁ ରନ୍ଧନ ଗ୍ୟାସ ଯୋଗାଣରେ ଅଗ୍ରାଧିକାର ଦିଆଯିବ । ବିଶେଷତଃ ହସ୍ପିଟାଲ, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ, ଛାତ୍ରାବାସ, ଅଙ୍ଗନୱାଡି, ଅନାଥାଶ୍ରମ, ଆହାର କେନ୍ଦ୍ର ଓ ସରକାରୀ ପରିଚାଳିତ ଅନୁଷ୍ଠାନରେ ଯୋଗାଣକୁ ପ୍ରାଥମିକତା ଦିଆଯିବ । ଟ୍ୟାଙ୍କର ଚଳାଚଳ ଓ ଖୁଚୁରା ବିକ୍ରୟକେନ୍ଦ୍ର ସୁଚାରୁ ଭାବେ ଚାଲିବା ପାଇଁ ପୋଲିସ୍ ପ୍ରଶାସନକୁ ଆବଶ୍ୟକ ବ୍ୟବସ୍ଥା ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟସ୍ତରରେ ସଚିବମାନଙ୍କୁ ନେଇ କମିଟି ଓ ଜିଲ୍ଲାସ୍ତରରେ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଓ ଯୋଗାଣ ଅଧିକାରୀଙ୍କୁ ନେଇ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରେ ଏକ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବାକୁ ମୁଖ୍ୟଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଯୋଗାଣର ସଠିକ ପରିଚାଳନା ଓ ତଦାରଖ କରିବ । ମୁଖ୍ୟଶାସନସଚିବ ରନ୍ଧନ ଗ୍ୟାସର କଳାବଜାରି କିମ୍ବା ଅତିରିକ୍ତ କ୍ରୟ ଭଳି କାର୍ଯ୍ୟକଳାପ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଲପିଜି ବୋଟଲିଂ ପ୍ଲାଣ୍ଟ, ଖୁଚୁରା ବିକ୍ରୟକେନ୍ଦ୍ର ଓ ବଣ୍ଟନ ବ୍ୟବସ୍ଥା ସୁଚାରୁ ଭାବେ ଚାଲୁରଖିବାକୁ ତୈଳ ବିପଣନ କମ୍ପାନୀଙ୍କୁ ପରାମର୍ଶ ଦିଆଯାଇଛି ।
ଏହି ବୈଠକରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପୁଷ୍ପାଞ୍ଜଳି ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ମହାନ୍ତି, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଟାଲିନା ପ୍ରଧାନୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି ଓ ଭାରତ ତୈଳ ବିପଣନ କମ୍ପାନୀର ବ୍ରିଜେଶ ସିଂ ଉପସ୍ଥିତ ଥିଲେ ।

Recent Comments

Leave Comments

Top