logo
add image
ବାଲିଗୁଡା ମା 'ପାଟଖଣ୍ଡା ଠିକାଦାର ସଂଘର ବୈଠକ  

ବାଲିଗୁଡା ମା 'ପାଟଖଣ୍ଡା ଠିକାଦାର ସଂଘର ବୈଠକ  

ବାଲିଗୁଡା/୧୩/୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା' ପାଟଖଣ୍ଡା ଠିକାଦାର ସଂଘର ଏକ ବୈଠକ ସଭାପତି ସ୍ଵପ୍ନେଶ୍ଵର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ଠିକାଦାର ମାନଙ୍କ ବିଭିନ୍ନ ଠିକାକାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଛି,କନ୍ଧମାଳ ଜିଲ୍ଲା ବିଭିନ୍ନ ସରକାରୀ କାର୍ଯ୍ୟ ଗୁଡିକରେ ଠିକାକାର୍ଯ୍ୟ ସଂଘର ଅନୁମତି ବିନା ଅନ୍ୟଜିଲ୍ଲା ଠିକାଦାର ମାନଙ୍କୁ ବାରଣ କରାଯାଇଛି | ଏଥିରେ ନୂତନ ସଦସ୍ୟ ଗ୍ରହଣ କରାଯିବା ସହିତ ପ୍ରତି ବ୍ଲକ ରୁ ତିନି ଜଣ ସଦସ୍ୟ କାର୍ଯ୍ୟକାରିଣୀ ରେ ସାମିଲ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି.
ଏଥି ସହିତ ଠିକାଦାର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଛି. ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡି, କୋଟଗଡ,ତୁମୁଡିବନ୍ଧ,କ.ନୂଆଗାଁ ଏବଂ ବାଲିଗୁଡା ଅଞ୍ଚଳ ର ପ୍ରାୟ ୫୦ ରୁ ଊର୍ଧ୍ଵ ଠିକାଦାର ଯୋଗ ଦେଇଥିଲେ | ଏଥିରେ ସଙ୍ଘ ଉପସଭାପତି ପ୍ରଦୀପ କୁମାର ନାୟକ,ପ୍ରକାଶ ନାୟକ,ସାଧାରଣ ସମ୍ପାଦକ ରଞ୍ଜିତ କୁମାର ସାହୁ, କୋଷାଧ୍ୟକ୍ଷ ଅଭୟ କୁମାର ପାତ୍ର ସମେତ ଦିବାକର ବେହେରା,ଜିତୁ ପାତ୍ର,ସୁଜିତ ପାଳ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ.

Recent Comments

Leave Comments

Top