ପିପିଲି/୧୩/୩/୨୦୨୬/(ଆଧାର ମିଡ଼ିଆ)-ବଳଙ୍ଗା ଥାନା ଅନ୍ତର୍ଗତ ଗୋଡ଼ିମାଳ ଛକରେ ବଳଙ୍ଗା ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲା ସେହି ଗ୍ରାମର ସିପକ ସାହାଣୀ ବୋଲି ପୋଲିସ ସୂଚନା ଦେଇଛି। ସୁଚନା ମୁତାବକ ସିପକ ଗୋଡିମାଳ ଛକରେ ଥିବା ନିଜ ଘରେ ବିପୁଳ ପରିମାଣର ମଦ ରଖି ଚୋରା କାରବାର କରୁଥିବା ନେଇ ଶୁକ୍ରବାର ପୂର୍ବାହ୍ନରେ ଥାନା ଅଧିକାରୀଣୀ ସସ୍ମିତା ସାହୁଙ୍କୁ ସୁଚନା ମିଳିଥିଲା । ସୁଚନା ଆଧାରରେ ପୋଲିସ ଟିମ ଘଟଣା ସ୍ଥଳରେ ଚଢ଼ଉ କରି ସିପକକୁ ଗିରଫ କରି ତା ନିକଟରୁ ୪୫ ଲିଟର ମଦକୁ ଜବତ କରାଯାଇଥିଲା। ଏ ସଂପର୍କରେ ଥାନାରେ ଏକ ଅବକାରୀ ମାମଲା ରୁଜୁ କରାଯାଇଥିଲା ବେଳେ ଅଭିଯୁକ୍ତକୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା।
Recent Comments