logo
add image
ଜେ ଏସ ଡବ୍ଲୁ କାରଖାନା ସମ୍ଭୁଖରେ ଜବରଦଖଲ ଉଚ୍ଛେଦ କାର୍ଯକ୍ରମ ଆରମ୍ଭ 

ଜେ ଏସ ଡବ୍ଲୁ କାରଖାନା ସମ୍ଭୁଖରେ ଜବରଦଖଲ ଉଚ୍ଛେଦ କାର୍ଯକ୍ରମ ଆରମ୍ଭ 

ସମ୍ବଲପୁର/ରେଙ୍ଗାଲି/୧୩/୦୩/୨୦୨୬(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ଆଜି ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଠେଲକୋଲୋଇ ସ୍ଥିତ ଜେ ଏସ ଡ ବ୍ଲୁ କାରଖାନା ସମ୍ଭୁଖରେ ଜବରଦଖଲ ଉଚ୍ଛେଦ କାର୍ଯକ୍ରମ ଆରମ୍ଭ ହୋଇଥଲା। ସୁଣିବାକୁ ମିଳିଛି ଯେ,୧୦ ନଂ ରାଜ୍ୟ ରାଜପଥ ଏହି ସ୍ଥାନରେ ଆହୁରି ଓସାର ହେବାକୁ ଯାଉଛି। ତେଣୁ ରାଜପଥ କଡ ରେ  ଥିବା କିଛି ଉଠା ଦୋକାନୀ, କୁ ସରକାର ସେ ସ୍ଥାନରୁ ହଟାଇ ଦେଇଛନ୍ତି। ଏଥି ସହିତ କିଛିଟା ଦୋକାନର ଆଂଶିକ ଭାବେ ଭଙ୍ଗା ହୋଇଥିବା ବେଳେ କିଛିଟା ଦୋକାନକୁ ସମ୍ପୂର୍ଣ୍ଣ ଭାବେ ଭଙ୍ଗା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟ ପାୱାରରେ ଆସିଥିବା ରେଙ୍ଗାଲି ତହସିଲଦାରଙ୍କ ସହ ଲପଙ୍ଗା ଆର୍ ଆଇ ଏବଂ ଠେଲକୋଲୋଇ  ପୋଲିସ ଉପସ୍ଥିତ ଥିଲେ। କେତେକ ଲୋକ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଏଠାରେ ଦୋକାନ କରି ପେଟ ପୋଷୁଥିବା ଦୋକାନୀ ମାନଙ୍କ ମନରେ ବେସ୍ କଷ୍ଟ ଦେଖିବାକୁ ମିଳିଥିଲା।

Recent Comments

Leave Comments

Top