logo
add image
ଅରିନ୍ଦମ ରାୟଙ୍କ ଦ୍ଵାରା ଚମ୍ପତି ପଞ୍ଚାୟତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଉଦଘାଟିତ

ଅରିନ୍ଦମ ରାୟଙ୍କ ଦ୍ଵାରା ଚମ୍ପତି ପଞ୍ଚାୟତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଉଦଘାଟିତ

କଟକ/୧୩/୩/୨୦୨୬/(ଆଧାର ମିଡିଆ-ପରମେଶ୍ବର ପରିଡ଼ା):ସାଲେପୁର ବ୍ଲକ୍ ଅଧିନ ଚମ୍ପତି ଗ୍ରାମପଞ୍ଚାୟତ କାର୍ଯ୍ୟା ଳୟରେ ଏକ ନୂତନ ସମ୍ମିଳନୀ କକ୍ଷ ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ଚମ୍ପତି ପଞ୍ଚାୟତ ସରପଞ୍ଚ ଗୌରାଙ୍ଗ ଚରଣ ପରିଡାଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥିଭାବେ ଟାଙ୍ଗୀ-ସାଲେପୁର ବିଜେପି ନେତା ଅରିନ୍ଦମ ରାୟଙ୍କ କରକମଳ ରେ ଉକ୍ତ ସମ୍ମିଳନୀ କକ୍ଷଟି ୨୫ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଉଦଘାଟନ କରାଯାଇଛି।
ଏଥିରେ ସମ୍ମାନିତ ଅତିଥିଭାବେ ପଶ୍ଚିମକଚ୍ଛ ପଞ୍ଚାୟତ ସରପଞ୍ଚ ବୁଦ୍ଧେଶ୍ଵର ଦାସ(ଟୁଲୁ ବାବୁ)୪୪ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସେଠୀ,ଚମ୍ପତି ପଞ୍ଚାୟତ ସମିତିସଭ୍ୟ ସୁଜିତ୍ ଭୂୟାଁ,ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ହଳଧର ସାହୁ,ଅଭିରାମ ଫାଉଣ୍ଡେସନର ଅଧ୍ୟକ୍ଷ ଧର୍ମାନନ୍ଦ ସାହୁ,ପଞ୍ଚାୟତ ପ୍ରତିଷ୍ଠାତା ତଥା ପୂର୍ବତନ ସରପଞ୍ଚ ଦୁର୍ଲଭ ଚନ୍ଦ୍ର ସ୍ବାଇଁ,ଭୂମିଦାତା ସଚ୍ଚିଦାନନ୍ଦ ସ୍ବାଇଁ,ନରଦା ପଞ୍ଚାୟତ ସମିତିସଭ୍ୟ ପୁଷ୍ପାଞ୍ଜଳୀ ମଲ୍ଲିକ,ସମାଜସେବୀ ମହାଜନପୁର ମହିଳା ମୋର୍ଚ୍ଚା ସଭାନେତ୍ରୀ ଗୀତାଞ୍ଜଳୀ ପ୍ରଧାନ,ତ୍ରିଲୋଚପୁର ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁସୟା ଘଡେଇ,ନାଏବ ସରପଞ୍ଚ ମିନାକ୍ଷୀ ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ୧୮ଜଣ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ କରାଯାଇଥିଲା। ଉପସ୍ଥିତ ପଞ୍ଚାୟତବାସୀଙ୍କ ପକ୍ଷରୁ ପଞ୍ଚାୟତ ପରିସର ରେ ଏକ ନୂତନପାର୍କ ପ୍ରତିଷ୍ଠା କରିବାକୁ ଶ୍ରୀ ରାୟଙ୍କୁ ଦାବି କରାଯାଇଛି। ସନ୍ତୋଷ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ୱାର୍ଡ ସଭ୍ୟ/ସଭ୍ୟାଙ୍କ ମଧ୍ୟରେ ରେଖା ମଲ୍ଲିକ,ଝୁନିତା ସ୍ବାଇଁ,ଦିଲ୍ଲୀପ ମଲ୍ଲିକ,ବିନୋଦ ବେହେରା,ସୌମ୍ୟରଞ୍ଜନ କର,ନାରାୟଣ ମହାରଣା,ନଜମା ନିଶା,ସବିତା ମଲ୍ଲିକ,ମିନତୀ ସ୍ବାଇଁ,ନରେଶ ଭୂୟାଁ,ମାନିନୀ ରାଉଳ,ରଞ୍ଜିତା ବେହେରାଙ୍କ ସହିତ ପଞ୍ଚାୟତର ସମସ୍ତ ବିଜେପି କର୍ମୀ ଉପସ୍ଥିତ ଥିଲେ।

Recent Comments

Leave Comments

Top