ବଲାଣି/ବଡ଼ବିଲ/୧୪/୩/୨୬/(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)-କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳରେ ବେଆଇନ ଭାବରେ LPG ଗ୍ୟାସ ସିଲିଣ୍ଡର ମଜୁଦ ଓ କଳାବଜାରୀ କରାଯାଉଥିବା ଘଟଣାରେ ପୋଲିସ ବଡ଼ ଚଢାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଚଢାଉ ସମୟରେ ଶତାଧିକ LPG ସିଲିଣ୍ଡର ଜବତ କରାଯାଇଛି।କେନ୍ଦୁଝର ଜିଲ୍ଲା ମୁଖ୍ୟ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଦଗୁଡୁଙ୍କ ନିର୍ଦେଶକ୍ରମେ ବଡ଼ବିଲ ଥାନା ପୋଲିସ ଏହି ଚଢାଉ କରିଥି ଲା।ଏନେଇ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ସୂଚନା ଦେଇ କହିଛନ୍ତି ଯେ,ବେଆଇନ ଭାବ ରେ LPG ସିଲିଣ୍ଡର ମଜୁଦ ଓ ଚଢା ଦରରେ ବିକ୍ରି କରାଯାଉଥିବା ବିଷୟରେ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା।
ସୂଚନା ଆଧାରରେ ପୋଲିସ ଅଯୋଧ୍ୟା ହଟିଂ ଅଞ୍ଚଳରେ ଚଢାଉ କରିଥିଲା। ଚଢାଉ ସମୟରେ ବଡ଼ବିଲ ୧୫ ନମ୍ବର ୱାର୍ଡର ନମନ ପ୍ରସାଦ (୪୯)ଙ୍କ ଘରୁ ୩୬୬ଟି ଖାଲି LPG ସିଲିଣ୍ଡର ଏବଂ ୨୬ଟି ଭର୍ତ୍ତି LPG ସିଲିଣ୍ଡର ଜବତ କରାଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଏହି ସିଲିଣ୍ଡରଗୁଡିକ ବେଆଇନ ଭାବରେ ମଜୁଦ ରଖାଯାଇଥିବା ଜଣାପଡିଛି।
ସେହିପରି ଅନ୍ୟ ଏକ ଚଢାଉ ସମୟରେ ବଡ଼ବିଲ ୫ ନମ୍ବର ୱାର୍ଡର ଜଗ ପ୍ରସାଦ ଗୁପ୍ତ (୬୫)ଙ୍କ ଘରୁ ୧୮ଟି LPG ସିଲିଣ୍ଡର ମଧ୍ୟ ଜବତ କରାଯାଇଛି।
ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ବଡ଼ବିଲ ଥାନାରେ ପୃଥକ ଦୁଇଟି ମାମଲା ରୁଜୁ କରିଛି। ଏହାସହ BNS ଧାରା ୩୦୩(୨)/୩୧୭(୨) ଏବଂ Essential Commodities Act ଧାରା ୭ ଅନୁଯାୟୀ ମାମଲା ଦାଖଲ ହୋଇଛି।ବେଆଇନ ଭାବରେ LPG ସିଲିଣ୍ଡର ମଜୁଦ କରିବା ଓ ବିକ୍ରି କରିବା ଗୁରୁତର ଆଇନଗତ ଅପରାଧ ବୋଲି ପୋଲିସ ସଚେତନ କରିଛି। ଆଗାମୀ ଦିନରେ ମଧ୍ୟ ଏପରି ବେଆଇନ କାରବାର ଉପରେ କଠୋର କାର୍ଯ୍ୟନୁଷ୍ଠାନ ଜାରି ରହିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପିଙ୍ଗୁଆ କହିଛନ୍ତି। ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାହା ନେଇ ପୋଲିସ ତଦନ୍ତ ଜାରି ରଖିଛି।
Recent Comments