ପୁରୀ/୧୪/୩/୨୦୨୬/(ଆଧାର ମିଡ଼ିଆ)-ଶନିବାରଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ପୁରୀ ସମେତ ନିମାପଡା,ପିପିଲି,କୋଣାର୍କ,କଣାସ, ବ୍ରହ୍ମଗିରି, ଅସ୍ତରଙ୍ଗ ଓ କାକଟପୁର କୋର୍ଟରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ପୁରୀଜିଲ୍ଲା ଆଇନ ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ଅଜନ୍ତା ଷଡଙ୍ଗୀଙ୍କ ତତ୍ତ୍ୱାବଧାନ ରେ ପୁରୀଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶ୍ରୀଯୁକ୍ତ ସୋଭେନ କାନୁନଗୋଙ୍କ ପରି ପରିଚାଳନାରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତ ଲତରେ ୧୨୨୯୧ ଗୋଟି ମକଦମା ଫଇସଲା କରାଯିବା ରାଯିବା ସହ ଜୋରିମାନା ଓ କ୍ଷତିପୂରଣ ବାବଦରେ ୩,୬୭,୬୩,୮୩୭ ଟଙ୍କା ଆଦାୟ କରାଯାଇଛି । ଜିଲ୍ଲା ଆଇନ ସେବା ପ୍ରାକରଣ ପକ୍ଷରୁ କାର୍ଯକ୍ରମ ଆୟୋଜନ କରାଯାଇଥିଲା ।
ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ଅଜନ୍ତା ଷଡଙ୍ଗୀ ଏହାକୁ ଉଦ୍ଘାଟନ କରିଥିଲେ । ପରିବାର ଅଦାଲତ ବିଚାରପତି ଶ୍ରୀମତୀ ସୁମିତା ଜେନା, ତୃତୀୟ ଅତିରିକ୍ତ ଜିଲ୍ଲା ଓ ଜିଲ୍ଲା ଓ ଦୌରାଜଜ ମିସ ଚିନ୍ମୟୀ ଦେହୁରି, ଅତିରିକ୍ତ ବରିଷ୍ଠ ଦେୱାନି ବିଚାରପତି ଶ୍ରୀମତୀ ପ୍ରଜ୍ଞା ପଣ୍ଡା , ଦ୍ଵିତୀୟ ଅତିରିକ୍ତ ବରିଷ୍ଠ ଦେୱାନି ବିଚାରପତି ଶ୍ରୀମତୀ ସୋନାଲୀ ଅପରାଜିତା, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଶ୍ରୀଯୁକ୍ତ ପତିତପାବନ ପଣ୍ଡା, ଗ୍ରାମ ନ୍ୟାୟାକାରୀ ଶ୍ରମତି ସୋନାଲୀ ମହାନ୍ତି ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (cog-l) ମିସ୍ ରୀତିକା ଗର୍ଗ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (cog-II) ଶ୍ରୀଯୁକ୍ତ ଅନିମେଶ ଜେନା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସୌରଭ ମହାପାତ୍ର, ଚେତନ ଲାଢା, ଶିବାନୀ ମହାପାତ୍ର, ନିଲିସା ପଟ୍ଟନାୟକ ମାମଲା ଗୁଡିକର ବିଚାର କରିଥିଲେ । ଲୋକ ଅଦାଲତରେ ୫୦ ଗୋଟି ମୋଟର ଦୁର୍ଘଟଣା ମାମଲା ବିଚାର କରାଯାଇ ୨,୮୯,୮୨,୦୦୦ /- ଟଙ୍କା ଆଦାୟ କରାଯାଇଛି । ସେହିପରି ୩୬ ଗୋଟି cheque bounce cases, money recovery cases, Matrimonial dispute, ୭୩ ଗୋଟି other civil cases, ୩୦୨ ଗୋଟି other criminal cases ମକଦମା ଫଇସଲା କରାଯାଇଥିଲା । ଏହାଛଡା ୨୦୭ ଗୋଟି ପ୍ରାକ ମକଦମା ମାମଲାର ଫଇସଲା କରାଯାଇ ବ୍ୟାଙ୍କ ରଣ ଏଥ୍ ବାବଦକୁ ୪୧,୭୦,୧୩୦ /- ଟଙ୍କା ଆଦାୟ କରାଯାଇଛି ।
Recent Comments