ସୋନପୁର/୧୫/୦୩/୨୦୨୬/(ଆଧାର ମିଡ଼ିଆ)-ଆଜି ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଫିଟନେସ ଏମ୍ପାୟାର କ୍ରିକ ଫେଷ୍ଟ୍ ୨୦୨୬ ଶୁଭ ଉଦ୍ଘାଟନ ହୋଇଯାଇଛି l ଏହି କ୍ରିକେଟକୁ ସୋନପୁର ଷ୍ଟେଟବ୍ୟାଙ୍କ ଚିଫ ମ୍ୟାନେଜର ଶ୍ରୀ ଲକ୍ଷ୍ମଣ ମାଝୀ ଶୁଭ ଉଦ୍ଘାଟନ କରିଥିଲେ l ସୋନପୁର ମିଡିଆ କ୍ରିକେଟ ଟିମ୍ ଓ ଡିଷ୍ଟିକ କୋର୍ଟ କ୍ରିକେଟ ଟିମ୍ ମଧ୍ୟରେ ଆଜିର ପ୍ରଥମମ୍ୟାଚ୍ ଅନୁଷ୍ଟିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ମାଝୀ ଖେଳାଳିଙ୍କ ସହିତ ପରିଚୟ ପ୍ରଦାନ କରିଥିଲେ l ପ୍ରଥମ ମ୍ୟାଚରେ ଡିଷ୍ଟିକ କୋର୍ଟ ଟିମ ବିଜୟୀ ହୋଇ ଥିବା ବେଳେ ଅନେକ ଟୁର୍ଣା ମେଣ୍ଟରେ ଚମ୍ପିୟାନ ହୋଇଥିବା କୋର୍ଟ କ୍ରିକେଟ ଦଳକୁ ପ୍ରଥମେ ଫିଲ୍ଡିଙ୍ଗ କରି ମିଡିଆ ଟିମ୍ ୫୯ ରନରେ ଧରାଶାୟୀ କରି ଦେଇଥିଲା l
ଦ୍ଵିତୀୟ ମ୍ୟାଚ୍ କଲେକ୍ଟରେଟ ଓ ଫରେଷ୍ଟ ଟିମ୍ ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ କଲେକ୍ଟ ରେଟ ଦଳ ବିଜୟୀ ହୋଇ ପ୍ରଥମ ସେମି ଫାଇନାଲରେ ପ୍ରବେଶ କରିଛି l ତୃତୀୟ ମ୍ୟାଚ୍ ଜିଲ୍ଲା ପୋଲିସ ଦଳ ଓ ଏଗ୍ରି କଲଚର୍ ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ଜିଲ୍ଲା ପୋଲିସ କ୍ରିକେଟ ଦଳ ଦ୍ଵିତୀୟ ସେମି ଫାଇନାଲକୁ ପ୍ରବେଶ କରିଛି l
ଚତୁର୍ଥ ମ୍ୟାଚ୍ ସୋନପୁର ଏସ ବି ଆଇ ଓ ଅୟୋଜକ ଦଳ ଫିଟନେସ ଏମ୍ପେୟର୍ ମଧ୍ୟରେ ଅନୁଷ୍ଟିତ ହୋଇ ଥିବାବେଳେ ଫିଟ୍ ନେସ୍ ଅମ୍ପେୟାର ଦଳ ବିଜୟୀ ହୋଇଛି l ଆଜିର ପଞ୍ଚମ ମ୍ୟାଚ୍ ସୋନପୁର ବ୍ୟାଙ୍କର୍ସ ଓ ଫିଟ୍ ନେସ ଆମ୍ପାୟର ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ଫିଟ୍ ନେଶ୍ ଦଳ ପୁଣି ବିଜୟୀ ହୋଇ ଦ୍ଵିତୀୟ ସେମି ଫାଇନାଲ କୁ ପ୍ରବେଶ କରିଛି l ବାବୁଲୁ ଓ ଆୟୁଷ ଆଜିର ସମସ୍ତ ମ୍ୟାଚ୍ ପରିଚାଳନା କରିଥିଲେ l ଆସନ୍ତା କାଲି ସକାଳେ ଉଭୟ ସେମି ଫାଇନାଲ ମ୍ୟାଚ ଅନୁଷ୍ଟିତ ହେବାକୁ ଥିବା ବେଳେ ଆୟୋଜକ ଫିଟ୍ ନେସ୍ ଏମ୍ପେୟାର୍ ର ଡାଇରେକ୍ଟର ଦିନେଶ ଦୟାଲ, ବାବୁଲୁ ମେହେର, ଶିବ ଶଙ୍କର ମେହେର, ସୁରଜ୍ ସିଂ, ସୁରେଶ ବେହେରା, ଜଗନ ନାଏକ, ସୌରଭ ବାଗ, ଆଶିଷ ବେହେରା, ଦେବାଶିଷ ପ୍ରମୁଖ ସଦସ୍ୟ ଏହି ଅୟୋଜନ ରେ ସହଯୋଗ କରିଥିଲେ l
Recent Comments