ପୁରୀ/୧୫/୦୩/୨୦୨୬/(ଆଧାର ମିଡ଼ିଆ)-ପୁରୀଜିଲ୍ଲା ପ୍ରଶାସନ ଜିଲ୍ଲା ଓଜନ ଓ ମାପ ବିଭାଗ ଆନୁକୁଲ୍ୟରେ ବିଶ୍ଵ ଖାଉଟି ଅଧିକାର ଦିବସ ୨୦୨୬ ପୁରୀ ଜିଲ୍ଲା ପ୍ରଦକ୍ଷିଣ ଗୃହରେ ପାଳିତ ହୋଇଯାଇଛି ।ଅତିରିକ୍ତ ଜିଲ୍ଲାପାଳ ତଥା ଜିଲା ଉପଭୋକ୍ତା ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନୀଳ ମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆଲୋଚନା ସଭାରେ ଖାଉଟି ସୁରକ୍ଷା ଆଇନ ୨୦୧୯ ଏବଂ ଖାଉଟି ମାନଙ୍କର ଅଧିକାର ତଥା ସୁରକ୍ଷା “ନିରାପଦ ଉତ୍ପାଦ ଆଶ୍ଵସ୍ତ ଗ୍ରାହକ” ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରାଯିବା ସହ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ମଶାଳାରେ ପୁରୀ ନଗର ନିଗମର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା,ଉପନୀୟନ୍ତ୍ରିକା ଓଜନ ଓ ମାପ ବିଭାଗ ପୁରୀ,ଶ୍ରୀମତୀ ପ୍ରଗତି ନାୟକ, ନିରୀକ୍ଷିକା ସୁଶ୍ରୀ ସ୍ଵପନେଶ୍ଵରୀ ବେହେରା,ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ଛୋଟରାୟ ମାରାଣ୍ଡି ,ବିଶିଷ୍ଟ ସମାଜ ସେବି ପ୍ରଦ୍ମଚରଣ ସେଠୀ ପ୍ରମୁଖ ଯୋଗଦାନ କରି ଖାଉଟି ସଚେତନତାର ବାର୍ତ୍ତାପ୍ରଦାନ କରିଥିଲେ ।
ଏହି କର୍ମଶାଳାରେ ଆଇନଜୀବୀ ଶ୍ରୀ ବିଜୟାନନ୍ଦ ମିଶ୍ର ଉପସ୍ଥିତ ସଦସ୍ୟ ମାନଙ୍କୁ ଖାଉଟି ସୁରକ୍ଷା ଆଇନ ସଂପର୍କ ବୁଝାଇବା ସହ ଆଇନର ସୁଫଳ କିପରି ମିଳି ପାରିବ ସେ ସମ୍ପର୍କରେ ବିସ୍ତୁତ ସୂଚନା ପ୍ରଦାନ କରିଥିଲେ । ପୁରୀ ଜିଲ୍ଲାର ୭୦ ରୁ ଅଧିକ ଖାଉଟି ଏହି କାର୍ମଶାଳା ରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସ୍ଵେଚ୍ଛାସେବି ଅନୁଷ୍ଠାନ ନିହିଡା ଦ୍ଵାରା ଏହି କର୍ମଶାଳା ପରିଚାଳନା କରଯାଇଥିଲା । ନିହିଡାର ସମ୍ପାଦକ ଶ୍ରୀଯୁକ୍ତ ଭକ୍ତ ବିହାରୀ ମିଶ୍ର ଏହି କାର୍ମଶାଳା କୁ ପରିଚାଳନା କରିବା ସହ ଖାଉଟି ମାନେ କିପରି ଅଧିକ ସଶକ୍ତ ହେବେ ସେ ସମ୍ପର୍କରେ ତାଲିମି ପ୍ରଦାନ କରିଥିଲେ । ଶ୍ରୀ ଶଶୀ ଶେଖର ପଣ୍ଡା ଉପସ୍ଥିତ ଅତିଥି ଏବଂ ଅଂଶଗ୍ରହଣ କାରୀ ଉପଭୋକ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Recent Comments