ପିପିଲି/୧୫/୩/୨୦୨୬/(ଆଧାର ମିଡ଼ିଆ)-ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ବଳଙ୍ଗା ଥାନା ଅନ୍ତର୍ଗତ ବାଲିଆ ଗ୍ରାମରେ ଜୈନକ ଦମ୍ପତିଙ୍କୁ ଆକ୍ରମଣ କରଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି। ବାଲିଆ ଗ୍ରାମର ଜଟାଧାରୀ ବାରିକଙ୍କ ପତ୍ନୀ ଝୁନା ବାରିକ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ଉମାକାନ୍ତ ବାରିକ, ଚନ୍ଦନ ବାରିକ, ଦେବରାଜ ବାରିକ, ପ୍ରମୋଦ ବାରିକ ପ୍ରମୁଖ ଝୁନାଙ୍କ ସ୍ୱାମୀ ଜଟାଧାରୀଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରି ପ୍ରବଳ ମାଡ ମାରିଥିଲେ। ପାଟି ଶୁଣି ଝୁନା ସ୍ୱାମୀଙ୍କୁ ଉଦ୍ଧାର କରିବା ସମୟରେ ଆସାମୀ ମାନେ ତାଙ୍କ ପିନ୍ଧା ଲୁଗାକୁ ଚିରି ଅସଦାଚରଣ କରି ମାଡ ମାରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି।
Recent Comments