logo
add image
ବିଶିଷ୍ଠ ବ୍ୟବସାୟୀଙ୍କ ପରଲୋକ-ବଣିକ ସଂଘ ତରଫରୁ ଦୋକାନ ବଜାର ବନ୍ଦ 

ବିଶିଷ୍ଠ ବ୍ୟବସାୟୀଙ୍କ ପରଲୋକ-ବଣିକ ସଂଘ ତରଫରୁ ଦୋକାନ ବଜାର ବନ୍ଦ 

ବାଲିଗୁଡା/୧୫/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ପୂର୍ବତନ ସହକାରୀ ବିଜ୍ଞାନ ଶିକ୍ଷକ ତ‌ଥା ବିଶିଷ୍ଠ ବ୍ୟବସାୟୀ ରାମକୃଷ୍ଣ ଦାସଙ୍କ ୮୭ ବର୍ଷରେ ଭୁବନେଶ୍ଵର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ,ବୋହୂ ଝିଅ ଜ୍ୱାଇଁ, ନାତିନାତୁଣି ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା l
ସ୍ବର୍ଗତ ଦାସଙ୍କ ଅମର ଆତ୍ମାକୁ ସମ୍ମାନ ଜଣାଇ ସ୍ଥାନୀୟ ବଣିକ ସଂଘ ତରଫରୁ ରବିବାର ଦିନ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା l ସ୍ବର୍ଗତ ଦାସ ସହକାରୀ ବିଜ୍ଞାନ ଶିକ୍ଷକ ଚାକିରୀ ପରେ ସେଠାରୁ ଅବସର ନେଇ ବ୍ୟବସାୟ ଆରମ୍ଭ କରିଥିଲେ l ପରେ ପରେ ମା' ପଟଖଣ୍ଡା ଦୁର୍ଗାପୁଜା ସମିତିର ସଭାପତି, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି,ବାଲିଗୁଡା ବଣିକ ସଂଘର ସଭାପତି ଏବଂ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ଦାୟିତ୍ବ ତୁଲାଇବା ସହ ଉପଖଣ୍ଡ ଚିକିତ୍ସାଳୟର ରୋଗି କଲ୍ୟାଣ ସମିତିର ସଦସ୍ୟ ରହି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ। ସେ ଏକା ଧାରରେ ଧର୍ମ ପାରାୟଣ,ପରୋପକାରୀ,ମେଳାପୀ,ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଥିଲେ l

Recent Comments

Leave Comments

Top