ଭବାନୀପାଟଣା।/୧୬/୦୩/୨୦୨୬/(ଆଧାର ମିଡ଼ିଆ)-ଭବାନୀପାଟଣା ସ୍ଥିତ ଏନଆର.ଏଚ.ଏମ ସଭା ଗୃହରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଆୟୋଜନରେବିଶ୍ବ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଉପଭୋକ୍ତା ସମାଧାନ ଆୟୋଗର ଅଧକ୍ଷ୍ୟ ଶ୍ରୀଯୁକ୍ତ ଅଶ୍ବିନୀପତ୍ର ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଠିକ ସେଇପରି ସମ୍ମାନିତ ଅତିଥିଭାବେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ବିଜେପି ଉପସଭାପତି ଶ୍ରୀଯୁକ୍ତ ଭବେନ୍ଦ୍ର ପଣ୍ଡା ଏବଂ ଅନ୍ଯତମ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ରଞ୍ଜନ କୁମର ଜେନା, ଉପନିୟନ୍ତ୍ରକ ବୈଧମାପ ବିଜ୍ଞାନ ଅଧିକାରୀ, ଶ୍ରୀଯୁକ୍ତ ଏ. ଜେ. ବେହେରା ବୈଧମାପ ବିଜ୍ଞାନ ନିରିକ୍ଷକ ଜୁନାଗଡ କାର୍ଯକର୍ମର ଆବାହକ ତଥା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାଯତ ରାଜ୍ଯ କାର୍ଯକାରିଣୀ ସଦସ୍ୟ ପଶ୍ଚିମ ପ୍ରାନ୍ତ ତଥା ୧୯୭୫- ୭୭ ଆପାତ କାଳୀନ ସେନାନୀ ସମିତି, ରାଷ୍ଟ୍ରୀୟ ଅଧକ୍ଷ୍ୟ ଶ୍ରୀଯୁକ୍ତ ସୁଶୀଲ ପଣ୍ଡା ମଞ୍ଚଶୀନ ହୋଇ ନିଜ ନିଜର ମତ ଉପସ୍ଥାପନା କରିଥିଲେ।ବରିଷ୍ଠ ଆଇନଜୀବୀ ତଥା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାଯତ ଜିଲ୍ଲା ସହ ସଂଯୋଜକ ଶ୍ରୀମତୀ ସୌଦାମିନି ଦ୍ଵିବେଦୀ ସଭା ପରିଚାଳନା କରିଥିଲେ। ଏହି କାର୍ଯକର୍ମକୁ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାଯତ ଜିଲ୍ଲା ସହ ସଂଯୋଜକ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ କୃତିବାସ ମୁଣ୍ଡ କାର୍ୟକ୍ରମ ପ୍ରମୁଖ ଦାଇତ୍ଵ ନେଇଥିବା ବେଳେ, ପ୍ରଚାର ପ୍ରସାର ଦାଇତ୍ଵରେ ଜିଲ୍ଲା ପ୍ରଚାର ପ୍ରସାର ପ୍ରମୁଖ ଆର ଏମ ପୁଝାରି ନେଇଥିଲେ ।
ଅନ୍ଯମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଦିଲୀପ ଦୁବେ ଡିପିଏମ ଏବଂ ମାନଙ୍କ ମଧ୍ୟରୁ ଶ୍ରୀଯୁକ୍ତ ହେମନ୍ତ ମୁଣ୍ଡ ବରିଷ୍ଠ ସମାଜ ସେବୀ ,ଶ୍ରୀଯୁକ୍ତ ବିରଞ୍ଚି ମୁଣ୍ଡ, ଶ୍ରୀଯୁକ୍ତ ଭବାନୀ ମୂଣ୍ଡ, ଶ୍ରୀଯୁକ୍ତ ବିକ୍ରମ ମୂଣ୍ଡ,ଅଧିବକ୍ତା ଶ୍ରୀଯୁକ୍ତ ପ୍ରଦୀପ ପଣ୍ଡା , ଆର. ଏନ । ତ୍ରିପାଠୀ, ଦିଲୀପ ପୁଟେଲ , ବରିଷ୍ଠ ନାଗରିକ ପ୍ରାନ୍ତ ସହସଂଗଠନ ମନ୍ତ୍ରୀ ତଥା ଅବସରପ୍ରାପ୍ତ ଯନ୍ତ୍ରୀ ଶ୍ରୀଯୁକ୍ତ ରମେଶ ରାଉଳ, ଶ୍ରୀଯୁକ୍ତ ପ୍ରଦୀପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Recent Comments