ବୌଦ୍ଧ/୧୬/୦୩/୨୦୨୬/(ଆଧାର ମିଡ଼ିଆ)-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟା ଶ୍ରୀମତୀ ସୁଷମା ରାଣୀ ବହିଦାର ଏବଂ ଅଧ୍ୟାପକ ଶୀମାନ ପୀତବାସ ମେହେ ରଙ୍କ ତତ୍ତ୍ଵାବଧାନରେ ସୋମବାର ଦିନ ଶିକ୍ଷା ବିଭାଗରେ ଏକ ବାର୍ଷିକ ଆଲୋଚନାଚକ୍ର ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଆଲୋଚନା ଚକ୍ର ସଭାର ସଭାପତି ଶ୍ରୀମତୀ ସୁଷମା ରାଣୀ ବହିଦାର,ମୁଖ୍ୟ ଅତିଥି ତଥା ମହାବିଦ୍ୟା ଳୟର ଅଧ୍ୟକ୍ଷ ଡ଼ଃ. ରମେଶ ଚନ୍ଦ୍ର ତାରେଣୀଆଁ, ମୁଖ୍ୟ ବକ୍ତା ହିସାବରେ +୨ କଲେଜର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଧରିତ୍ରୀ ରାଣୀ କୁନୁନଗୋ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେବା ସହିତ ଶୁଭାର୍ଶୀବାଦ କରିଥିଲେ। ସର୍ବମୋଟ ୧୯ ଜଣ ଛାତ୍ରଛାତ୍ରୀ ସେମାନଙ୍କର ସନ୍ଦର୍ଭ ଉପସ୍ଥାପନ କରିଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ ଆଲୋଚନା ଚକ୍ରକୁ ସଫଳ କରିଥିଲେ । ଏବଂ ମହାବିଦ୍ୟାଳୟ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ସହଯୋଗରେ ଆଲୋଚନାଚକ୍ର ଟି ସମାପ୍ତ ହୋଇଥିଲା। ପରିଶେଷରେ ମହାବିଦ୍ୟାଳୟ କନିଷ୍ଠ ଅଧ୍ୟାପକ ଶ୍ରୀମାନ ପୀତବାସ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
Recent Comments