ପିପିଲି/୧୬/୩/୨୦୨୬/(ଆଧାର ମିଡ଼ିଆ)- ରବିବାର ସଂଧ୍ୟାରେ ବଳଙ୍ଗା ପୋଲିସ ପକ୍ଷରୁ ଭୀମ ବଜାର ଛକରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ନାଲିହଣା ଗ୍ରାମର ରାମଚନ୍ଦ୍ର ବେହେରା ବୋଲି ପୋଲିସ ସୂଚନା ଦେଇଛି। ସୁଚନା ମୁତାବକ ଅଭିଯୁକ୍ତ ରାମଚନ୍ଦ୍ର ରବିବାର ସଂନ୍ଧ୍ୟାରେ ବିପୁଳ ପରିମାଣର ଦେଶୀ ମଦ ରଖି ଚୋରା କାରବାର କରୁଥିବା ନେଇ ବଳଙ୍ଗା ଥାନା ଅଧିକାରୀ ସସ୍ମିତା ସାହୁଙ୍କୁ ସୁଚନା ମିଳିଥିଲା। ସୁଚନା ଆଧାରରେ ଥାନା ଏସ ଆଇ ଶୁଭଲକ୍ଷ୍ମୀ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଘଟଣା ସ୍ଥଳରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରି ତା ନିକଟରୁ ୧୦ ପେଟି ଦେଶୀ ମଦକୁ ଜବତ କରିଥଲେ। ଏ ନେଇ ଥାନାରେ ଏକ ଅବକାରୀ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ରାମଚନ୍ଦ୍ରକୁ ସୋମବାର ଦିନ କୋର୍ଟ ଚାଲାଣ କରାଯାଇଛି।ଅନ୍ୟ ପକ୍ଷରେ ରାମଚନ୍ଦ୍ର ଦୀର୍ଘ ଦିନ ଧରି ବ୍ୟବସାୟ କରି ପୋଲିସ ଆଖିରେ ଧୂଳି ଦେଇ ବୁଲୁଥିବା ବେଳେ ଥାନାର କୌଣସି ଥାନା ଅଧିକାରୀ ଧରିବାରେ ବିଫଳ ହୋଇଥିଲେ. ଯାହାକି ବଳଙ୍ଗା ଥାନାର ମହିଳା ଥାନା ଅଧିକାରୀ ସଫଳ ଉଦ୍ୟମ କରିଛନ୍ତି.
Recent Comments