logo
add image
ବ୍ୟାଙ୍କରେ ପଶି ଭଙ୍ଗାରୁଜା.ଥାନାରେ ମାମଲା.

ବ୍ୟାଙ୍କରେ ପଶି ଭଙ୍ଗାରୁଜା.ଥାନାରେ ମାମଲା.

ପିପିଲି/୧୭/୩/୨୦୨୬/(ଆଧାର ମିଡ଼ିଆ )-ବଳାଙ୍ଗ ବଜାରର ଚନ୍ଦନପୁର ବ୍ରାଞ୍ଚ କେନାଲ ବନ୍ଧରେ ଥିବା ଏକ ଘରୋଇ  ବ୍ୟାଙ୍କରେ ପଶି ଜଣେ ଦୁର୍ବୃତ୍ତ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରି ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଥାନାରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରିରହିଛି। ସୁଚନା ମୁତାବକ କେନାଲ ବନ୍ଧ ଉପରେ ଥିବା ବନ୍ଧନ ନାମକ ଏକ ବ୍ୟାଙ୍କ ରହିଛି ।ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ କଣିପଡ଼ା ଗ୍ରାମର ମହାବୀର ପ୍ରସାଦ ଦାସ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ମହାବୀର ଉକ୍ତ ବ୍ୟାଙ୍କରେ କ୍ୟାସିୟର ଭାବେ କାର୍ଯ୍ୟ କରନ୍ତି। ମହାବୀର ସୋମବାର ପୂର୍ବାହ୍ନରେ ବ୍ୟାଙ୍କରେ ଏକୁଟିଆ କାମ କରୁଥିବା ସମୟରେ ଜଣେ ଯୁବକ ହାତରେ ଏକ ଲୁହାରଡ଼ ଧରି ବ୍ୟାଙ୍କ ଭିତରେ ପଶି ମହାବୀରଙ୍କୁ ୫ଲକ୍ଷ ଟଙ୍କା ମାଗିଥିଲା। ମହାବୀର ମନା କରିବାରୁ ଯୁବକ ଜନଙ୍କ ଲୁହା ରଡ଼ରେ ତାଙ୍କୁ ଆକ୍ରମଣ କରିଥିଲା । ଭୟରେ ମହାବୀର ଘର ଭିତରୁ ଦୌଡ଼ି ବାହାରକୁ ପଳାଇଥିଲେ। ଏହି ସମୟରେ ଯୁବକ ଜଣଙ୍କ ଅଫିସ ଭିତରେ ଥିବା  ୨ ଟି କମ୍ପ୍ୟୁଟର, ପ୍ରିଣ୍ଟର ମେସିନ, ଟଙ୍କା ଗଣତି ମେସିନ ଓ ଗୋଟିଏ ଟାବଲେଟକୁ ବାଡେଇ ଭାଙ୍ଗିଦେଇଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି।

Recent Comments

Leave Comments

Top