logo
add image
ପିପିଲି ବ୍ଲକରେ ପାନୀୟ ଜଳ ସୁଧୁରିବାର ନା ଧରୁନି.

ପିପିଲି ବ୍ଲକରେ ପାନୀୟ ଜଳ ସୁଧୁରିବାର ନା ଧରୁନି.

ପୁରୀ/୧୭/୩/୨୦୨୬/(ଆଧାର ମିଡ଼ିଆ)- ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମାନଙ୍କରେ ପାନୀୟ ଜଳ ଯୋଗାଇ ଦେବା କ୍ଷେତ୍ରରେ ସରକାର ସଦାସର୍ବଦା ସଜାଗ. ହେଲେ ଏ କ୍ଷେତ୍ରରେ ବେ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ. ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦକରି ଉଚ୍ଚ ପାଣିଟାଙ୍କି ନିର୍ମାଣ କରି ଚାଲିଥିବା ବେଳେ ଏହି ସବୁ ଦାୟିତ୍ୱରେ ଥିବା ଜିଲ୍ଲା ଅଧିକ୍ଷଣ ଯନ୍ତ୍ରୀ ଏବଂ ବ୍ଲକ କାର୍ଯ୍ୟାଳୟର ନିଯୁକ୍ତିଥିବା କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ଥିବା ଠିକାଦାରଙ୍କ ସହିତ ହାତମିଳାଇ କୋଟି କୋଟି ଟଙ୍କାରୁ ଲକ୍ଷାଧିକ ଟଙ୍କା ପିସିନେଇ ନିମ୍ନମାନର କାର୍ଯ୍ୟ.ଅଧା ନିର୍ମାଣ କାର୍ଯ୍ୟ ଏବଂ ନିର୍ମାଣ ଧୀନ ଟାଙ୍କିରୁ ପାଣି ନଆସିବା ଭଳି ଘୋର ସମସ୍ୟା ଦେଖାଦେଇଛି.ଏସବୁ କେଉଁ ପାହାଡି ଉପାନ୍ତ ଅଞ୍ଚଳର ନୁହେଁ ଖୋଦ ଓଡିଶା ରାଜଧାନୀ ପାର୍ଶ୍ଵ ପୁରୀ ଜିଲ୍ଲା ପିପିଲି ବ୍ଲକର ସମସ୍ୟା.
ସୁଚନା ଥାଉକି ସରସ୍ୱତିପୁର ଗ୍ରାମ ପଞ୍ଚାୟତ ସାନ ଗାଁ ଠାରେ କୋଟି କୋଟି ଟଙ୍କାରେ ବ୍ୟୟ ବରାଦ ହୋଇ ଉଚ୍ଚ ପାଣି ଟାଙ୍କି ଠିକାଦାର ମାଧ୍ୟମରେ ନିର୍ମାଣ କରାଯାଇଛି. ନିର୍ମାଣ ପରେ ଏହା ରକ୍ଷଣା ବେକ୍ଷଣ ପାଇଁ ଠିକାର ଚୁକ୍ତି ନାମା କରି ଥିବା ସୁଚନା ମିଳି ଅଛି. ହେଲେ ଠିକାଦାର ପାଣି ଟାଙ୍କି ନିର୍ମାଣ କରି ରକ୍ଷଣା ବେକ୍ଷଣ କରିବା ଦୂରର କଥା କିନ୍ତୁ ଏଦିଗରେ କେହି ବିଭାଗୀୟ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନ ନଜର ନ ଦେବାରୁ ଏହା ସମ୍ପୂର୍ଣ୍ଣ ଠପ ହୋଇଛି.ପାଣି ଟାଙ୍କି ଉପରେ ୫ /୭ ଗୋଟି ଗ୍ରାମର ଜନସାଧାରଣ.ଗୋରୁ ଗାଈ.ପଶୁ ପକ୍ଷୀ ନିର୍ଭର କରୁ ଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏବଂ ସ୍ଥାନୀୟ ଜନପ୍ରତିନିଧି ନଜର ନଦେବାରୁ ୫ /୭ ଗୋଟି ଗ୍ରାମର ଜନସାଧାରଣ ଗୋରୁଗାଈ ମାନେ ପରିତ୍ୟକ୍ତ ପୋଖରୀ ଓ ଚୁଆରୁ ଦୂଷିତ ପାଣି ବ୍ୟବହାର କରୁଥିବା ଅଭିଯୋଗ ହେଉଛି.ଏମିତିକି ପରିତ୍ୟକ୍ତ ପୋଖରୀ ଏବଂ ଚୁଆ ମଧ୍ୟରୁ ବିଶୁଦ୍ଧ ପାଣି ବ୍ୟବହାର କରିବା ଯୋଗୁଁ ଅଞ୍ଚଳରେ ବିଭିନ୍ନ ସଂକ୍ରମଣ ରୋଗ ସହିତ ଝାଡ଼ା ବାନ୍ତି ବ୍ୟାପିବାର ସମ୍ଭାବନା ଥିବା ଅଭିଯୋଗ ହେଉଛି.
ତେଣୁ ଏଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନଜର ଦେଇ ଦାୟିତ୍ରେ ଥିବା ଅଧିକ୍ଷଣ ଯନ୍ତ୍ରୀ. କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାର ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚବାସୀ ଦାବୀ କରି ଛନ୍ତି.ଏଭଳି ସମସ୍ୟା ଜନିତ ଖବର ଆମ୍ଭ ପ୍ରତିନିଧି ଙ୍କ ନିକଟରେ ପହଂଚି ବାରେ ସମସ୍ୟା ସମ୍ପର୍କ ରେ ପିପିଲି ବ୍ଲକ କାର୍ଯ୍ୟାଳୟ ରେ ନିଯୁକ୍ତି ଥିବା  ମହିଳା କନିଷ୍ଠ ଯନ୍ତ୍ରୀଙ୍କ ମତାମତ ନେବାରେ ସେ ଗଣମାଧ୍ୟମ ପ୍ରତିନିଧି ଜାଣି ତାଙ୍କର ବ୍ୟବହାର ଫୋନ ଉଠାଉ ନଥିବା ବେଳେ ପିପିଲି ବ୍ଲକ କାର୍ଯ୍ୟାଳୟ ରେ  ସଦାସର୍ବଦା ଅନୁପସ୍ଥିତ ରହୁଥିବା ରୁ ପ୍ରତିକ୍ରିୟା ମିଳି ପାରୁ ନାହିଁ.ତେଣୁ ଦାୟିତ୍ୱ ରେ ଥିବା ମହିଳା କନିଷ୍ଠ ଯନ୍ତ୍ରଙ୍କୁ ପୁରୀ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି କରିବା ନିମନ୍ତେ ଜନସାଧାରଣ ମାନେ ଦାବୀ କରିଛନ୍ତି.

Recent Comments

Leave Comments

Top