ପୁରୀ ଜିଲ୍ଲାର ସ୍ଥାନୀୟ ସ୍ୱତନ୍ତ୍ର ପରିକ୍ରମା ଗୃହରେ ଜିଲ୍ଲା ପ୍ରଶାସନ ତରଫରୁ ଏଆଇ କୃତିମ ବୁଦ୍ଧିମତା ସମ୍ବନ୍ଧରେ , ଦିନିକିଆ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଅଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳାଟି ଉଦ୍ଘାଟନ ହୋଇଅଛି। ଉପରୋକ୍ତ ଏଆଇ କ୍ଷମତା ବିକାଶ କର୍ମଶାଳାଟି ଓକେସିଏଲ ଦ୍ୱାରା ପରିଚାଳନା କରାଯାଇଥିଲା ଏବଂ ଓକାକ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏହାକୁ ପ୍ରଯୋଜକ ହିସାବରେ ଆୟୋଜନ କରିଥିଲେ। ଡିଇ ଜିଏମ ପିୟୁଷ ଚକ୍ରବର୍ତ୍ତୀ,କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ଟ୍ରେନିଂ କିଟ୍ ବଣ୍ଟନ,ସହିତ ଉଦ୍ଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ଅଧିବେଶନରେ କୃତ୍ରିମ ବୁଦ୍ଧିମତାର ମୂଳ ଧାରଣା, ପ୍ରଶାସନିକ କାର୍ଯ୍ୟରେ ଏହାର ପ୍ରାସଙ୍ଗିକତା ଓ ଶାସନ କାର୍ଯ୍ୟରେ ବ୍ୟବହାରର ବିଭିନ୍ନ ଉଦାହରଣ ପ୍ରଦର୍ଶନ କରାଯାଇଥିଲା। ଓକେସିଏଲରୁ ଆସିଥିବା ତ୍ରିନେତ୍ର ଜୟଶ୍ରୀ ଦେହେରୀ ଏବଂ ଇପ୍ସିତା ମିଶ୍ର, ଏ ବିଷୟରେ ବିସ୍ତୃତ ଭାବେ ବିବରଣୀ ଦେଇଥିଲେ। ସୁରକ୍ଷା ସମ୍ବନ୍ଧୀୟ ଏସଓପି, ଡାଟା ପରିଚାଳନା , ନୈତିକ ଏଆଇ ବ୍ୟବହାର ଓ ପ୍ରଶାସନିକ ବିଷୟରେ ଆଲୋଚନା କରାଯାଇଥିଲା। ଏହି କର୍ମଶାଳାରେ ଡେପୁଟି କଲେକ୍ଟର ଇମରଜେନ୍ସି, ,ଡେପୁଟି କଲେକ୍ଟର ଏଷ୍ଟାବ୍ଲିଶମେଣ୍ଟ ତଥା ପୁରୀ ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗର ଅଧିକାରୀବୃନ୍ଦ ଯୋଗ ଦେଇଥିଲେ।OKCLର ALCମାନେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ | ପରିଶେଷରେ ଡିଇ ଜିଏମ ପିୟୁଷ ଚକ୍ରବର୍ତ୍ତୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments