logo
add image
ଠିକାଦାରଙ୍କ ମନମାନି ରାସ୍ତାକାର୍ଯ୍ୟରେ ଅସନ୍ତୋଷ ଜଗତପୁର ବରିଷ୍ଠ ନାଗରିକସଂଘ

ଠିକାଦାରଙ୍କ ମନମାନି ରାସ୍ତାକାର୍ଯ୍ୟରେ ଅସନ୍ତୋଷ ଜଗତପୁର ବରିଷ୍ଠ ନାଗରିକସଂଘ

କଟକ/୧୮/୦୩/୨୦୨୬/(ଆଧାର ମିଡ଼ିଆ)-ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ହାତକୁ ନେଇ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବ ଏବଂ ଠିକାଦାରଙ୍କ ମନମୁଖି କାର୍ଯ୍ୟପାଇଁ ଅସୁବିଧାରେ ପଡୁଛନ୍ତି ନିରୀହ ଜନତା। ଆପତ୍ତି,ଅଭିଯୋଗ ପରେ ବି ଠିକାଦାରଙ୍କ ସହ ସଲାସୁତୁରା ରଖୁଥିବା ବିଭାଗୀୟ ବାବୁମାନେ କର୍ଣ୍ଣପାତ କରୁ ନାହାଁନ୍ତି କାହାରି କଥାକୁ। ଏଭଳି ଏକଦୃଶ୍ୟ ସାମ୍ନାକୁ ଆସିଛି କଟକ ମହାନଗର ନିଗମ ଅଧିନ ଜଗତପୁର ୪୮ନଂ ୱାର୍ଡରେ।
ଶବରସାହିର ମୁଖ୍ୟ ରାସ୍ତାକୁ ସଂପ୍ରସାରଣ କରାଯିବା ସହିତ ପୂର୍ତ୍ତବିଭାଗ ରାସ୍ତାରେ ଜାରିରହିଛି ଡ୍ରେନେଜ୍ ପ୍ରକଳ୍ପ। ହେଲେ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥା ଦୀର୍ଘଦିନ ଧରି ଇଚ୍ଛା ମୁତାବକ ଭାବେ କାର୍ଯ୍ୟକରୁଛି। ଏଥିପାଇଁ କୋଉଠି ଲୋକେ ଘରୁ ବାହାରି ପାରୁ ନାହାଁନ୍ତି ତ ଆଉ କୋଉଠି ଖାଲଖମାରେ ପଡି ଆହତ ହେଉଛନ୍ତି। ନିମପୁର ଶବରସାହି-ବୈକୁଣ୍ଠ ବିହାର ଅଧିବାସୀ ରବି ନାରାୟଣ ପାଠୀଙ୍କ ଘର ସାମ୍ନାର ୟେ ଦୃଶ୍ୟ। ଏହାକୁ ଦେଖିଲେ ଲାଗିବ କି ପିତାମହ ଭୀଷ୍ମଙ୍କ ସରଶଯ୍ୟା ଭଳି। ଏହା ଏବେ ସ୍ଥାନୀୟ ଲୋକଙ୍କ ଯାତାୟାତ ପାଇଁ ଯେତିକି ଚିନ୍ତା ବଢ଼ାଇଛି ବୁଲା ପ୍ରାଣୀଙ୍କ ପାଇଁ ମଧ୍ୟ ସେତିକି ବିପଦପୂର୍ଣ୍ଣ ହୋଇପଡିଛି।
ଠିକାଦାରଙ୍କ ଏଭଳି ଅବହେଳାକୁ ନେଇ ଆଜି ଜଗତପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହାର ସମାଧାନ କରା  ନଗଲେ ବରିଷ୍ଠ ନାଗରିକ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗଣମାଧ୍ୟମ ଜରିଆରେ ସଂଘ ଚେତାବନୀ ଦେଇଛି। ଏ ସମ୍ପର୍କରେ ଜଗତପୁର ସ୍ଥିତ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଅରବିନ୍ଦ ସ୍ବାଇଁଙ୍କୁ ପଚାରିବାରୁ ସେ ଆସନ୍ତା ୮ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଆଗକୁ ଦେଖିବାକୁ ବାକି ରହିଲା ସାଧାରଣଲୋକଙ୍କ ସମେତ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବାରେ ବିଭାଗ କେତେ ତତ୍ପର ହେଉଛି।ସଂଘ ସଭାପତି ଦୁର୍ଯ୍ୟୋଧନ ରାଉତ,ସମ୍ପାଦକ ବ୍ରଜବନ୍ଧୁ ପୃଷ୍ଟି ଓ ବରିଷ୍ଟ ନାଗରିକ ସଂଘର ସମସ୍ତ କର୍ମ କର୍ତ୍ତା ଉପସ୍ଥିତଥିଲେ 

Recent Comments

Leave Comments

Top