ବାଲିଗୁଡା/୧୮/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର କଲୋନୀ ସାହି ନିକଟରେ ବାଘର ଗର୍ଜନ ଶୁଣିବା ସହିତ ସକାଳେ ପାଦଚି଼ହ୍ନ ପଡ଼ିଥିବା ଲୋକେ ଦେଖିବାକୁ ପାଇଛନ୍ତି l ନିକଟରେ ଥିବା ନବଜ୍ୟୋତି ହଷ୍ଟେଲରେ ରହୁଥିବା ଛାତ୍ରମାନେ ମଧ୍ୟ ମଙ୍ଗଳବାର ରାତ୍ର ସମୟରେ ବାଘର ଗର୍ଜନ ଶବ୍ଦଶୁଣି ଭୟଭିତ ହୋଇଥିବା ଜଣାପଡିଛି। ବାଘଟି ହଷ୍ଟେଲଆଡୁ ଆସି ପାଚେରୀ ଉପରେ ଲମ୍ଫଦେଇ ଭିତରକୁ ଯାଇଛି ବୋଲି ଛାତ୍ର ଏବଂ ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।
ହଷ୍ଟେଲ ପଛପଟୁ ବାଘର ପାଦଚି଼ହ୍ନ ସବୁ ରହିଛି।ଗ୍ରାମବାସୀ ଓ ଛାତ୍ର କହିବା ପ୍ରକାରେ ରାତ୍ର ପ୍ରାୟ ୧୦ ଘଣ୍ଟ ସମୟରେ ମାଙ୍କଡ଼ମାନେ ଚିଲେଇବା ଓ କୁକୁର ମଧ୍ୟ ବହୁ ପରିମାଣରେ ଭୋକିଛନ୍ତି। ବାଘର ଶବ୍ଦ ମଧ୍ୟ ଲୋକେ ଶୁଣିଥିବା କହିଛନ୍ତି ।ଯାହା ଫଳରେ ଗ୍ରାମବାସୀ ମାନେ ଭୟଭିତ ହୋଇଛନ୍ତି ଏବଂ ହଷ୍ଟେଲ ପାଚେରୀ ସେପଟେ ନାଳକୁ ଲୋକେ ଗାଧୋଇବା ପାଇଁ ଯିବାବେଳେ ବାଘର ପାଦଚି଼ହ୍ନ ଦେଖି ଲୋକେ ବହୁତ ଭୟଭିତ ହେଇଛନ୍ତି।
କୋଟଗଡ ରେଞ୍ଜର ଵାଳଗୋପାଳ ବେହେରା ଙ୍କୁ ଲୋକେ ଖବର ଦେବା ପରେ ସଙ୍ଗେ ସଙ୍ଗେ ବନ ବିଭାଗର ଫରେଷ୍ଟର ଓ ତାଙ୍କର ସ୍ୱତନ୍ତ୍ର ଟିମ କୁ ଡାକି ଘଟଣା ସ୍ଥଳରେ ପହଞ୍ଚି ବାଘର ଗତିବିଧି ଓ ପାଦ ଚି଼ହ୍ନ ଦେଖି ସ୍ୱତନ୍ତ୍ର କ୍ୟାମେରା ଲଗାଇବାକୁ ନିର୍ଦେଶ ଦେଇଥିଲେ। ଏବଂ କଲୋନୀ ସାହି, ହୋତା କଲୋନୀ , ଆମ୍ବେଦକର କଲୋନୀ , ନବଜ୍ୟୋତି ହଷ୍ଟେଲ ର ସମସ୍ତ ଲୋକଙ୍କୁ ସଚେତନତା କରିଥିଲେ ଯେ, ଏଣିକି ରାତ୍ର ସମୟରେ ଘରୁ ଏକା ହୋଇ ନ ବାହାରି ଗ୍ରୁପ ହୋଇ ବାହାରିବା ଏବଂ ସନ୍ଧ୍ୟା ସମୟରେ ବାହାରେ ବୁଲା ବୁଲି ପାଇଁ ବାରଣ କରାଯାଇଛି । ଆମେ କ୍ୟାମେରା ଲଗାଇଛୁ ବାଘର ଗତିବିଧି ଉପରେ ନଜର ରଖାଯାଉଛି । ପ୍ରକୃତ ରେ ଯେଉଁ ପଶୁ ଗର୍ଜନ କରୁଛି ତାହା ବାଘ କିମ୍ବା ଅନ୍ୟ କୌଣସି ପଶୁ ଜନ୍ତୁ ତାହା ଜଣା ପଡିବ ଏବଂ ଯଦି ବାଘ ହୋଇଥାଏ ତାହେଲେ ଯଥାଶୀଘ୍ର ବାଘକୁ ଧରାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।
Recent Comments