logo
add image
ପୂର୍ଣ୍ଣର ଉଦ୍ଧାର ହେବ ପିପିଲି ହାଟ ଏବଂ ସୌନ୍ଦର୍ଯ୍ୟ କରଣ ହେବ ପୋଖରୀ.

ପୂର୍ଣ୍ଣର ଉଦ୍ଧାର ହେବ ପିପିଲି ହାଟ ଏବଂ ସୌନ୍ଦର୍ଯ୍ୟ କରଣ ହେବ ପୋଖରୀ.

ପିପିଲି/୧୯/୩/୨୦୨୬/(ଆଧାର ମିଡ଼ିଆ)- ବିଶ୍ୱଚର୍ଚିତ ପିପିଲି ଚାନ୍ଦୁଆ ବଜାର ମଧ୍ୟରେ ଥିବା ସାପ୍ତାହିକ ହାଟ ନବୀକରଣ ଏବଂ ପାର୍ଶ୍ଵରେ ଥିବା ଭୁବନାନନ୍ଦ ପୋଖରୀ ସୌନ୍ଦର୍ଯ୍ୟ କରଣ ଦିଗରେ ଗୁରୁବାର ଦିନ ପରିଦର୍ଶନ କରିଛନ୍ତି ପିପିଲି ବିଧାୟକ ଏବଂ ପୁରୀ ଜିଲ୍ଲାପାଳ.ପିପିଲି ସାପ୍ତାହିକ ହାଟ ନବୀକରଣ କ୍ଷେତ୍ରରେ ମାନ୍ୟବର ବିଧାୟକ ଓଡିଶା ବିଧାନ ସଭା ଗୃହରେ ଉସ୍ଥାପନ କରି ଥିବାବେଳେ ସରକାର ଏଦିଗରେ ଗୁରୁତ୍ୱ ଦେଇଥିବା ସୁଚନା ମିଳିଛି.ଏହି ସାପ୍ତାହିକ ହାଟ ରାଉଲକେଲା ଭଳି ଡିଜାଇନ ମାଧ୍ୟମରେ କରାଯିବା ନିମନ୍ତେ ଜିଲ୍ଲାପାଳ କହିଛନ୍ତି.
ଏନେଇ ଡିଜାଇନ ହାଟ ଗୃହନିର୍ମାଣ ପାଇଁ କେତେ ଅର୍ଥ ବ୍ୟୟବରାଦ ହେବ ସେନେଇ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପାଳ ନିର୍ଦ୍ଧେଶ ଦେଇଛନ୍ତି. ତାଲିକା ଅନୁଯାଇ ଅର୍ଥ ମଂଜୁର କରାଗଲେ ଯୁଦ୍ଧକାଳୀନ ମଧ୍ୟରେ ପୂର୍ଣ୍ଣର ଉଦ୍ଦାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି. ନୂତନ ଡିଜାଇନ ମାଧ୍ୟମରେ ହାଟ ନିର୍ମାଣ କରାଗଲେ ବିଭିନ୍ନ ବ୍ୟବସାୟୀ ମାନେ ଥଇଥାନ ହେବେ ଏବଂ ଖାଉଟି ଓ ଅଞ୍ଚଳର ଚାଷୀମାନେ ଉପକୃତ ହୋଇ ପାରିବେ.
ସେହିଭଳି ଭୁବନାନନ୍ଦ ପୋଖରୀ ମାଟିଖନନ କରାଯାଇ ଉକ୍ତ ମାଟିକୁ ପୋଖରୀର ଚତୃପାର୍ଶ୍ଵରେ ପକାଯାଇ ଚତୃ ପାର୍ଶ୍ଵରେ ବିଦ୍ୟୁତ ଆଲୋକିତ କରାଯିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ଜିଲ୍ଲାପାଳ.ସେହିଭଳି ପୋଖରୀ ଖୋଳା ଖନନ ନିମନ୍ତେ ପ୍ରାୟ ୨କୋଟିରୁ ଉର୍ଦ୍ଧ ଅର୍ଥ ବ୍ୟୟବରାଦ ହୋଇଥିବା ବେଳେ ପୋଖରୀ ମଧ୍ୟରୁ ଉଠାଯାଉ ଥିବା ମାଟିକୁ ଅନ୍ୟତ୍ର ବିକ୍ରୟ କରା ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି.ସେହିପରି ପିପିଲି ବଜାର ଉଛେଦ କରାଯାଇ ଥିବାବେଳେ ଉଛେଦର ଜବର ଦଖଲକାରି ମାନେ ପୂର୍ଣ୍ଣରବାର ଦଖଲ କରୁଥିବା ନଜରକୁ ଆସୁଥିବା ବେଳେ ସେସବୁକୁ ଯଥାଶୀଘ୍ର ଭଙ୍ଗାଯାଇ ରାସ୍ତା ଚଉଡା କରିବାପାଇଁ ପିପିଲି ପିଡବ୍ଲୁଡି ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି.

Recent Comments

Leave Comments

Top